Mining operations: ଖଣି ଆଁରେ ପଶିଲା ମଶାଣି: ଘର ଆଗରେ ସ୍ବାମୀଙ୍କୁ କବର
ସବୁକିଛି ନେଇଗଲା ଖଣି। ଜଙ୍ଗଲ, ପାହାଡ଼, ନଦୀ, ଝରଣା ଖଣି ଆଁରେ ପଶିଗଲାଣି। ଯେଉଁଠି ଦିନେ ମହାବଳ ବାଘ, ବିରଳ ବନ୍ୟଜନ୍ତୁଙ୍କ ବିଚରଣ ଭୂଇଁ ଥିଲା ସେ ଅଞ୍ଚଳ ଏବେ ପଦା। ଖଣି ପାଇଁ ଜଙ୍ଗଲ ନଷ୍ଟ ହେବା ସହିତ ଜୈବ ବିବିଧତା ବି ନଷ୍ଟ ହେଲା।

କାଳିଆପାଣି (ରବିନାରାୟଣ କର): ସବୁକିଛି ନେଇଗଲା ଖଣି। ଜଙ୍ଗଲ, ପାହାଡ଼, ନଦୀ, ଝରଣା ଖଣି ଆଁରେ ପଶିଗଲାଣି। ଯେଉଁଠି ଦିନେ ମହାବଳ ବାଘ, ବିରଳ ବନ୍ୟଜନ୍ତୁଙ୍କ ବିଚରଣ ଭୂଇଁ ଥିଲା ସେ ଅଞ୍ଚଳ ଏବେ ପଦା। ଖଣି ପାଇଁ ଜଙ୍ଗଲ ନଷ୍ଟ ହେବା ସହିତ ଜୈବ ବିବିଧତା ବି ନଷ୍ଟ ହେଲା। ଖଣି ଖନନ କରୁଥିବା ଲିଜ୍ଧାରୀଙ୍କ ପେଟ ପୂରିଲା, ସରକାର ଭଲ ରାଜସ୍ବ ପାଇଲେ ହେଲେ କ୍ଷତି ସହିଲେ ସ୍ଥାନୀୟ ଲୋକ। ଏବେ ଖଣି ପାଇଁ ବଢ଼ୁଥିବା ପ୍ରଦୂଷଣ କାରଣରୁ ଲୋକଙ୍କ ଜୀବନ ଯାଉଛି। ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଅକାଳରେ ଲୋକଙ୍କ ପ୍ରାଣହାନି ଘଟୁଛି। ଅପପୁଷ୍ଟି, ମାତୃ ଓ ଶିଶୁ ମୃତ୍ୟୁହାରରେ ସୁକିନ୍ଦା ବା କାଳିଆପାଣି ଖଣି ଅଞ୍ଚଳ ସବୁଠୁ ଆଗରେ ରହିଛି। ନାନାପ୍ରକାର ସମସ୍ୟାରେ ଛନ୍ଦି ହୋଇଥିବା କାଳିଆପାଣି ଅଞ୍ଚଳରେ ଆଉ ଏକ ଛାତିଥରା ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି। ଖଣି ଯୋଗୁଁ ଗାଁରେ ମଶାଣି ନାହିଁ। ଖ୍ରୀଷ୍ଟିଆନ ସଂପ୍ରଦାୟଙ୍କ କବରଖାନା (ସିମେଟ୍ରି) ଖଣି ତଳେ ପୋତି ହୋଇଯାଇଛି। ଏହି କାରଣରୁ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଶବକୁ ନିଜ ଘର ସାମନାରେ କବର ଦେବାକୁ ବାଧ୍ୟ ହୋଇଛନ୍ତି। ଶ୍ମଶାନ ନ ମିଳିବାରୁ ମହିଳାଜଣକ ବାଧ୍ୟ ହୋଇ ଏଭଳି କରିଛନ୍ତି।
ସୌଜନ୍ୟ ସମ୍ବାଦ




