ନବରଙ୍ଗପୁର(ସୁରେଶ ନାଇଡ଼ୁ):  ଜିଲ୍ଲା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ମାନ୍ୟବର ବିଚାରପତି ବିଷ୍ଣୁ ପ୍ରସାଦ ମିଶ୍ର ଏକ ହତ୍ୟା ମାମଲାର ବିଚାର କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ରତନ ଗୌଡ଼କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
ସୂଚନା ଅନୁଯାୟୀ, ୨୦୧୬ ମାର୍ଚ୍ଚ ୨୦ତାରିଖ ଦିନ ଅଭିଯୁକ୍ତ ରତନ ଗୌଡ଼ଙ୍କ ଅଭିଯୋଗ କରିଥିଲେ। କୋଡ଼ିଙ୍ଗା ଥାନାରେ ତତ୍କାଳୀନ କାର୍ଯ୍ୟରତ ସବ-ଇନିସ୍ପେକ୍ଟର ଅଞ୍ଜନ କୁମାର ଜାଲ କୋଡ଼ିଙ୍ଗା ଥାନାରେ ଅପମୃତ୍ୟୁ ମାମଲା ନମ୍ବର -୩/୧୬ ରୁଜୁ କରି ତଦନ୍ତ କରିଥିଲେ। ତଦନ୍ତ ସମୟରେ ଅଭିଯୁକ୍ତ ରତନ ଗୌଡ଼ ପୋଲିସ ଆଗରେ ସ୍ୱୀକାର କରିଥିଲା ଯେ ସେ ହିଁ ତାହାର ଭାଇ କମଲସାଇ ଗୌଡ଼କୁ ହତ୍ୟା କରିଛି l
ପୁଲିସର ଅଭିଯୋଗ ଫର୍ଦ୍ଦ ଅନୁସାରେ, ଘଟଣା ଦିନ ରାତି ପ୍ରାୟ ସାଢ଼େ ୮ଟା ବେଳେ ମୃତ କମଲସାଇ ମଦ ପିଇ ପରିବାର ସଦସ୍ୟ ମାନଙ୍କ ସହ ଗଣ୍ଡଗୋଳ କରି ଘରର ଆସବାବ ପତ୍ର ସବୁ ଫୋପାଡ଼ି ଦେଇଥିଲା l ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ରତନ ଗୌଡ଼ ବଡ଼ଭାଇ କମଲସାଇଙ୍କ ମୁଣ୍ଡକୁ ଗୋଟିଏ କାଠ ଫାଳିଆରେ ବାଡ଼େଇଥିଲେ। ପ୍ରବଳରକ୍ତସ୍ରାବ ହେବା ସହ କମଲସାଇର ମୃତ୍ୟୁ ଘଟିଥିଲା । ଅଭିଯୁକ୍ତ ଘଟଣାକୁ ଅପମୃତ୍ୟୁର ରୂପ ଦେବାପାଇଁ ସେ ସାହିପଡିଶା ଘରର ଲୋକଙ୍କୁ ଡାକିଥିଲା। ଗୁରୁତର କମଲସାଇକୁ ଚିକିତ୍ସାପାଇଁ କୋଷାଗୁମୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଡାକିଥିଲା।
ଘଟଣାର ତଦନ୍ତ କରି ପୁଲିସ ଅଭିଯୁକ୍ତ ରତନ ଗୌଡ଼କୁ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୦୨ ଓ ୨୦୧ପ୍ରକାରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ମାମାଲା ବିଚାର ଚାଲିଥିବା ବେଳେ ୧୪ଜଣଙ୍କ ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ଶ୍ରୀ ମିଶ୍ର ଅଭିଯୁକ୍ତ ରତନକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ମାମଲାକୁ ବରିଷ୍ଠ ଆଇନଜୀବୀ ନରସିଂହ ତ୍ରିପାଠୀ, ପ୍ରଫୁଲ୍ଲ ସିଂ ଓ ଶେକ ବାବା ଅଲିସା ପରିଚାଳନା କରୁଥିଲେ।

ସୌଜନ୍ୟ ସମ୍ବାଦ