ମନୋରଞ୍ଜନ

Nana Patekar Life Story: ଆନ୍ନାରୁ ଉଦୟ ସେଟ୍ଟୀ…ସିନେମାରୁ ସେନା…ଜାଣନ୍ତୁ ନାନାଙ୍କ ଅମର କାହାଣୀ

ନୂଆଦିଲ୍ଲୀ, ୦୮/୧୦ : ବଲିଉଡ୍‌ରେ ଶୋକର ଛାୟା। ଆଉ ନାହାନ୍ତି ଭେଟେରାନ୍ ଅଭିନେତା ନାନା ପାଟେକର। ୭୫ ବର୍ଷ ବୟସରେ ଗୋଆରେ ତାଙ୍କର ପରଲୋକ ଘଟିଛି। ଗୋଆର ଡୋନା ପାଉଲାସ୍ଥିତ ନିଜ ଘରେ ଅଚେତ ଅବସ୍ଥାରେ ମିଳିଥିଲେ ନାନା । ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତରମାନେ ପ୍ରାୟ ୪୫ ମିନିଟ୍ ଧରି ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ହେଲେ କୌଣସି ପ୍ରତିକ୍ରିୟା ନମିଳିବାରୁ ଶେଷରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ନାନା ପାଟେକର କେବଳ ଜଣେ ଅଭିନେତା ନଥିଲେ। ତାଙ୍କର ଅଭିନୟ ଶୈଳୀ ଓ ଦମଦାର ଡାଏଲଗ୍ ପାଇଁ ସେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ। ୧୯୮୯ର ଫିଲ୍ମ ‘ପରିନ୍ଦା’ରେ ‘ଆନ୍ନା’ ଚରିତ୍ର ତାଙ୍କୁ ଦେଇଥିଲା ବଡ଼ ପରିଚୟ। ଏହି ଅଭିନୟ ପାଇଁ ସେ ଶ୍ରେଷ୍ଠ ସହ-ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ୧୯୯୪ର ‘କ୍ରାନ୍ତିବୀର’ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ହାସଲ କରିଥିଲେ। ପୁଣି ୧୯୯୬ର ‘ଅଗ୍ନି ସାକ୍ଷୀ’ ପାଇଁ ମିଳିଥିଲା ଶ୍ରେଷ୍ଠ ସହ-ଅଭିନେତାର ଜାତୀୟ ପୁରସ୍କାର। ତାଙ୍କ କ୍ୟାରିୟରରେ ରହିଛି ତିନୋଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଭାରତୀୟ ସିନେମା ପ୍ରତି ଅବଦାନ ପାଇଁ ୨୦୧୩ରେ ତାଙ୍କୁ ମିଳିଥିଲା ପଦ୍ମଶ୍ରୀ ସମ୍ମାନ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button