ବିଶେଷ

NASA’s Mars Mission: ‘ନାସା’ର ମଙ୍ଗଳ ଅଭିଯାନ: ଖାଦ୍ୟ ଚ୍ୟାଲେଞ୍ଜରେ ତିନି ଲକ୍ଷ ଡଲାର୍‌ ଜିଣିଲେ ମହିଳା

୨୦୩୦ ମସିହାରେ ମଙ୍ଗଳ ଗ୍ରହକୁ ମଣିଷ ପଠାଇବା ପାଇଁ ଆମେରିକୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ‘ନାସା’ ଯୋଜନା କରୁଛି। ମଙ୍ଗଳ ଗ୍ରହକୁ ଯାଇ ପୃଥିବୀ ଫେରିବାକୁ ମହାକାଶଚାରୀଙ୍କୁ ପାଖାପାଖି ୩୪ରୁ ୩୬ ମାସ ଲାଗିପାରେ।

୨୦୩୦ ମସିହାରେ ମଙ୍ଗଳ ଗ୍ରହକୁ ମଣିଷ ପଠାଇବା ପାଇଁ ଆମେରିକୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ‘ନାସା’ ଯୋଜନା କରୁଛି। ମଙ୍ଗଳ ଗ୍ରହକୁ ଯାଇ ପୃଥିବୀ ଫେରିବାକୁ ମହାକାଶଚାରୀଙ୍କୁ ପାଖାପାଖି ୩୪ରୁ ୩୬ ମାସ ଲାଗିପାରେ। ତେଣୁ ମଙ୍ଗଳ ଅଭିଯାନରେ ଖାଦ୍ୟପେୟ ବ୍ୟବସ୍ଥା କେମିତି ସୁଗମ ହୋଇପାରିବ ସେ ଚେଷ୍ଟା ଚାଲିଛି।
ଏଥିପାଇଁ ‘ନାସା’ ‘ଡିପ୍‌ ସ୍ପେସ୍‌ ଫୁଡ୍‌ ଚ୍ୟାଲେଞ୍ଜ: ମାର୍ସ ଟୁ ଟେବଲ୍‌’ ପ୍ରତିଯୋଗିତା ଆୟୋଜନ କରିଥିଲା। ଏଥିରେ ଭାଗ ନେଇଥିଲେ ୩୩ଟି ଦେଶର ଶତାଧିକ ପ୍ରତିଯୋଗୀ। ସେମାନଙ୍କ ମଧ୍ୟରୁ ବିଜୟିନୀ ହୋଇଛନ୍ତି ଫିଲାଡେଲ୍‌ଫିଆର ୨୫ ବର୍ଷୀୟା କମ୍ପ୍ୟୁଟର୍‌ ବୈଜ୍ଞାନିକା ଚିନାଇରି ଚିଚି ଉକେଜେ। ସେ ଯେଉଁ ବୁଦ୍ଧି ବାହାର କରିଛନ୍ତି ତାହା ସାକାର ହୋଇପାରିଲେ ମଙ୍ଗଳ ଗ୍ରହରେ ମହାକାଶଚାରୀଙ୍କର ଖାଦ୍ୟପେୟ ଅସୁବିଧା ରହିବ ନାହିଁ। ଏଥିପାଇଁ ‘ନାସା’ ଉକେଜେଙ୍କୁ ୩ ଲକ୍ଷ ଡଲାର୍‌ ବା ପ୍ରାୟ ୨ କୋଟି ୮୮ ଲକ୍ଷ ଟଙ୍କା ପୁରସ୍କାର ଦେବ। ଉକେଜେ ଯେଉଁ ଖାଦ୍ୟ ବ୍ୟବସ୍ଥା କରିଛନ୍ତି ତାହାକୁ ‘ଆଡାପ୍‌ଟିଭ୍‌ ନରିସ୍‌ମେଣ୍ଟ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌’ ବା ‘ଏଏନ୍‌ଆଇ’ ବୋଲି କୁହାଯାଉଛି। ଫସଲ ଅମଳ ଓ ଉର୍ବରାଶକ୍ତି ପାଇଁ ପୂଜିତା ନାଇଜେରୀୟ ଭୂଦେବୀ ‘ଆନି’ଙ୍କ ନାମାନୁସାରେ ଏହି ଖାଦ୍ୟ ବ୍ୟବସ୍ଥାର ନାମକରଣ କରାଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button