ଦେଶ ବିଦେଶ

NDA: ସିଇସିଙ୍କୁ ନେଇ ଏନ୍‌ଡିଏ ମେଣ୍ଟରେ ଦ୍ବନ୍ଦ୍ବ

ଏସ୍‌ଆଇଆର୍‌ ( ସ୍ବତନ୍ତ୍ର ସଘନ ସଂଶୋଧନ)କୁ ନେଇ ନିର୍ବାଚନ କମିସନରଙ୍କ ମଧ୍ୟରେ ତୀବ୍ର ମତଭେଦଜନିତ ଖବର ବଡ଼ ଧରଣର ବିବାଦ ସୃଷ୍ଟି କରିଥିବାବେଳେ ଏବେ ପୁଣି ଏହି ପ୍ରସଙ୍ଗ ଏନ୍‌ଡିଏ ମେଣ୍ଟରେ ଦ୍ବନ୍ଦ୍ବ ବଢ଼ାଇଥିବା ଚର୍ଚ୍ଚା ହେଉଛି।

ନୂଆଦିଲ୍ଲୀ : ଏସ୍‌ଆଇଆର୍‌ ( ସ୍ବତନ୍ତ୍ର ସଘନ ସଂଶୋଧନ)କୁ ନେଇ ନିର୍ବାଚନ କମିସନରଙ୍କ ମଧ୍ୟରେ ତୀବ୍ର ମତଭେଦଜନିତ ଖବର ବଡ଼ ଧରଣର ବିବାଦ ସୃଷ୍ଟି କରିଥିବାବେଳେ ଏବେ ପୁଣି ଏହି ପ୍ରସଙ୍ଗ ଏନ୍‌ଡିଏ ମେଣ୍ଟରେ ଦ୍ବନ୍ଦ୍ବ ବଢ଼ାଇଥିବା ଚର୍ଚ୍ଚା ହେଉଛି। ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଅସନ୍ତୋଷ ତେଜୁଥିବାବେଳେ ଏନ୍‌ଡିଏ ସହଯୋଗୀ ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶ୍ବାନ ଏବଂ ଆର୍‌ଏଲ୍‌ଏମ୍‌ (ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା) ମୁଖ୍ୟ ଉପେନ୍ଦ୍ର କୁଶୱାହା କହିଛନ୍ତି ଯେ ନିର୍ବାଚନ କମିସନ ଏହି ପ୍ରସଙ୍ଗରେ ସର୍ବସାଧାରଣରେ ସ୍ପଷ୍ଟୀକରଣ ଦେଇ ଲୋକଙ୍କ ସନ୍ଦେହ ଦୂର କରନ୍ତୁ ।

ସିଇସି ଜ୍ଞାନେଶ କୁମାର ଏହି ପ୍ରସଙ୍ଗରେ ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରନ୍ତୁ ବୋଲି ‌ ଉଭୟ ନେତା ଅନୁରୋଧ କରିଛନ୍ତି । ପାଟନାରେ ସାମ୍ବାଦିକଙ୍କ ସହ କଥା ହୋଇ ପାଶ୍ବାନ କହିଛନ୍ତି, ନିର୍ବାଚନ କମିସନଙ୍କ ସ୍ଥିତି ସ୍ପଷ୍ଟ କରିବାର ଦାୟିତ୍ବ କମିସନ୍‌ର ଏବଂ ନିର୍ଦ୍ଦିଷ୍ଟ ଭାବେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କରା। ସେ କହିଛନ୍ତି, କେବଳ ବିରୋଧୀ ଦଳ ନେତାଙ୍କ ପ୍ରଶ୍ନର ଜବାବ ଦେବା ଲକ୍ଷ୍ୟରେ ସ୍ପଷ୍ଟୀକରଣ ଦେବା ଉଚିତ ନୁହେଁ ବରଂ ନିର୍ବାଚନୀ ବ୍ୟବସ୍ଥାର ବିଶ୍ବସନୀୟତାକୁ ନେଇ ଭୋଟରଙ୍କ ମନରେ ସୃଷ୍ଟି ହୋଇଥିବା ସନ୍ଦେହ ଦୂର କରିବାପାଇଁ ଇସି ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦିଅନ୍ତୁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button