ଦେଶ ବିଦେଶ

Nepal flood: ବୁଢ଼ୀ ଗଣ୍ଡକୀ ପାଣିରେ ଭାସିଗଲା ୬ ସେତୁ, ୧୦ ନିଖୋଜ

ନେପାଳର ଗୋର୍ଖା ଜିଲ୍ଲାରେ ବୁଢ଼ୀ ଗଣ୍ଡକୀ ନଦୀରେ ରବିବାର ପୁଣି ଥରେ ଭୟଙ୍କର ବନ୍ୟା ଆସି ବନ୍ୟାଜଳରେ ୬ଟି ସେତୁ ଭାସି ଯାଇଥିବାବେଳେ ୧୦ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। ଅନେକ ଜନବସତିରେ ବନ୍ୟାଜଳ ପଶିଯାଇ ଘରଦ୍ବାରା କ୍ଷତିଗ୍ରସ୍ତ...

କାଠମାଣ୍ଡୁ: ନେପାଳର ଗୋର୍ଖା ଜିଲ୍ଲାରେ ବୁଢ଼ୀ ଗଣ୍ଡକୀ ନଦୀରେ ରବିବାର ପୁଣି ଥରେ ଭୟଙ୍କର ବନ୍ୟା ଆସି ବନ୍ୟାଜଳରେ ୬ଟି ସେତୁ ଭାସି ଯାଇଥିବାବେଳେ ୧୦ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। ଅନେକ ଜନବସତିରେ ବନ୍ୟାଜଳ ପଶିଯାଇ ଘରଦ୍ବାରା କ୍ଷତିଗ୍ରସ୍ତ ହୋଇଥିବାବେଳେ ଲୋକମାନେ ଭୟରେ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି। ପ୍ରଭାବିତ ଅଞ୍ଚଳ ରାଜଧାନୀ କାଠମାଣ୍ଡୁରୁ ପ୍ରାୟ ୧୮୪ କିଲୋମିଟର ଦୂରରେ ଅବସ୍ଥିତ।ବନ୍ୟା ଭୋର ୪ଟାରେ ଜିଲ୍ଲାର ଉତ୍ତର ଭାଗରେ ଆସିଥିଲା।

ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବାବେଳେ କର୍ତ୍ତୃପକ୍ଷ ସ୍ଥିତି ଉପରେ ନଜର ରଖିଛନ୍ତି। ନିଖୋଜ ଲୋକଙ୍କ ସନ୍ଧାନ, ଉଦ୍ଧାର ଓ ସ୍ଥାନାନ୍ତରଣ ପାଇଁ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ସହକାରୀ ମୁଖ୍ୟ ଜିଲ୍ଲା ଅଧିକାରୀ ନେତ୍ର ପ୍ରସାଦ ଶର୍ମା କହିଛନ୍ତି, ବନ୍ୟାରେ ଛଅଟି ସେତୁ ଭାସିଯାଇଛି। ଭାସି ଯାଇଥିବା ସେତୁଗୁଡ଼ିକ ମଧ୍ୟରେ ଯାନବାହନ ଚଳାଚଳ କ୍ଷମ ଦୁଇଟି ସେତୁ ଓ ଚାରିଟି ଝୁଲନ୍ତା ପୋଲ ରହିଛି। ଶର୍ମା କହିଛନ୍ତି ଯେ, ଆରୁଘାଟ, ତ୍ରିପୁରାସୁନ୍ଦରୀ ଓ ସୋଟି-ମାନ୍ବୁରେ ଥିବା ପୋଲଗୁଡ଼ିକ କ୍ଷତିଗ୍ରସ୍ତ କିମ୍ବା ନଷ୍ଟ ହୋଇଥିବା ରିପୋର୍ଟ କରାଯାଇଛି। ଧାରଚେ ଗ୍ରାମୀଣ ପୌରପାଳିକାର ୱାର୍ଡ ୧ ଓ ୩ କୁ ସଂଯୋଗ କରୁଥିବା ଏକ ବେଲି ବ୍ରିଜ୍ ମଧ୍ୟ ଭାସି ଯାଇଛି। ଚୁମ୍ନୁବ୍ରୀ ଗ୍ରାମୀଣ ପୌରପାଳିକାର ୱାର୍ଡ ୩ ର ପାଇନ୍ୟୁ ଓ ବାଗରରେ ପ୍ରାୟ ୩୫ ଟି ଘର ଭାସି ଯାଇଛି। ଜଗତ, ସାଲେରି, ଡୋଭାନ ଓ ଘଟଟେଖୋଲାରେ ମଧ୍ୟ ଜନବସତି କ୍ଷତିଗ୍ରସ୍ତ ହୋଇଛି।

ଚିତ୍କାର କଲେ ପର୍ଯ୍ୟଟକ
ସ୍ଥାନୀୟ ହୋଟେଲରେ ରହୁଥିବା ପର୍ଯ୍ୟଟକମାନେ ବନ୍ୟା ଆସିବା ପରେ ଚିତ୍କାର କରୁଥିବା ଲୋକଙ୍କ ପାଟିଶୁଣି ଭୟରେ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି। ପ୍ରଧାନମନ୍ତ୍ରୀ ବାଲେନ ଶାହ କହିଛନ୍ତି ଯେ, ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ନେପାଳ ସେନାର ଏକ ଦଳକୁ ଆକାଶ ଓ ସ୍ଥଳପଥରେ ନିୟୋଜିତ କରାଯାଇଛି। ରିଲିଫ୍ ଓ ସ୍ଥାନାନ୍ତର ପାଇଁ ହେଲିକପ୍ଟରଗୁଡ଼ିକୁ ମଧ୍ୟ ନିୟୋଜିତ କରାଯାଇଛି। ନେପାଳ ସେନା ଛଅ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button