Odisha News : ରାଜ୍ୟ ସରକାରଙ୍କ ବିଚିତ୍ର ନିର୍ଦ୍ଦେଶନାମା, ମୃତ କର୍ମଚାରୀଙ୍କ ବଦଳି ନିର୍ଦ୍ଦେଶ

କଟକ ୨୭।୦୫ : ମୃତ କର୍ମଚାରୀଙ୍କ ବଦଳି ନିର୍ଦ୍ଦେଶ। ଏଭଳି ବିଚିତ୍ର ନିର୍ଦ୍ଦେଶନାମା ପ୍ରକାଶ କରିଛି ରାଜ୍ୟ ନଗର ଉନ୍ନୟନ ବିଭାଗ। ଶୁକ୍ରବାର ଏଭଳି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞାପ୍ତିରେ ସିଏମସିର ଜଣେ ପୂର୍ବତନ କର୍ମଚାରୀ,  ଯାହାଙ୍କର ମୃତ୍ୟୁ ୨୦୨୫ ଅକ୍ଟୋବର ୧୦ ତାରିଖରେ ହୋଇସାରିଛି, ତାଙ୍କର ମଧ୍ୟ ବଦଳି ନିର୍ଦ୍ଦେଶ ବାହାରିଛି। ସୁକାନ୍ତ ପ୍ରଧାନ ନାମକ ଟ୍ୟାକ୍ସ କଲେକ୍ଟରଙ୍କ ମୃତ୍ୟୁର ପ୍ରାୟ ୭ ମାସ ପରେ ତାଙ୍କର ବଦଳିକୁ ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବା ଆମ ବ୍ୟବସ୍ଥା ଉପରେ ପ୍ରଶ୍ନ ଠିଆ କରିଛି। ଜଣେ ମୃତ ସରକାରୀ କର୍ମଚାରୀଙ୍କ ଆବଶ୍ୟକୀୟ କାଗଜପତ୍ର କଣ ନଗର ଉନ୍ନୟନ ବିଭାଗ ପାଖରେ ନାହିଁ। ନା ଅଜାଣତରେ ଏଭଳି ଭୁଲ ହୋଇଛି ନା ଆଉ କିଛି ?

 

 

ସୌଜନ୍ୟ Prameya News7