ଜୀବନଚର୍ଯ୍ୟା

Music: ତାଙ୍କ ପ୍ରେରଣା ହେଉଛି ମୋ ସଂଗୀତର ଘୋଷାପଦ

ସୁଗମସଙ୍ଗୀତରେ ରାଜ୍ୟର ମର୍ଯ୍ୟାଦାଜନକ ‘ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର’ ଗ୍ରହଣ କରିବାର ଉଲ୍ଲସିତ ମୁହୂର୍ତ୍ତରେ ମୁଁ ସେହିମାନଙ୍କୁ ସ୍ମରଣ କରୁଛି, ଯେଉଁମାନଙ୍କ ପ୍ରେରଣା ମତେ ସଙ୍ଗୀତ ସାଧନାରେ ବ୍ରତୀ କରିଛି।

ସୁଗମସଙ୍ଗୀତରେ ରାଜ୍ୟର ମର୍ଯ୍ୟାଦାଜନକ ‘ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର’ ଗ୍ରହଣ କରିବାର ଉଲ୍ଲସିତ ମୁହୂର୍ତ୍ତରେ ମୁଁ ସେହିମାନଙ୍କୁ ସ୍ମରଣ କରୁଛି, ଯେଉଁମାନଙ୍କ ପ୍ରେରଣା ମତେ ସଙ୍ଗୀତ ସାଧନାରେ ବ୍ରତୀ କରିଛି। ସଙ୍ଗୀତ ବା ସାହିତ୍ୟ, ଯେକୌଣସି ସୃଜନଶୀଳ କାର୍ଯ୍ୟରେ ପରିବାରର ସାହାଯ୍ୟ ଓ ଦିଗ୍‌ଦର୍ଶନ ଲୋଡ଼ାହୁଏ। ଦିଲ୍ଲୀ ସ୍କୁଲ୍‌ ଅଫ୍‌ ଇକୋନୋମିକ୍‌ସରୁ ପୋଷ୍ଟ ଗ୍ରାଜୁଏସନ୍ କଲା ପରେ ମୁଁ ଜାଭିୟର୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରେ ଏମ୍‌.ବି.ଏ. କରୁଥିଲି। ମୋର ଶେଷ ବର୍ଷ ଅଧ୍ୟୟନ ସମୟରେ ଭାରତୀୟ ପୁଲିସ ସେବା ଅଫିସର ଡକ୍ଟର ଲଳିତ ଦାସଙ୍କ ସହ ବିବାହ ସ୍ଥିର ହୋଇଥିଲା। ଲଳିତ ଏକ ସଙ୍ଗୀତପ୍ରାଣ ପରିବାରର ସନ୍ତାନ। ବିବାହ ପରେ ମୋର ସଙ୍ଗୀତ ପରିବେଷଣ ଓ ସାହିତ୍ୟ ରଚନା ଦିଗରେ ଲଳିତଙ୍କ ନିରନ୍ତର ସହଯୋଗ ମତେ ସାଧନାନିଷ୍ଠ କରି ରଖିଛି। ସୁଗମ ସଙ୍ଗୀତ ଓ ଶାସ୍ତ୍ରୀୟ ସଙ୍ଗୀତର ଯୁଗଳବନ୍ଦୀରେ ଲଳିତ ମୋର ଦିଗଦର୍ଶକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ବିବାହ ପରେ ସମସ୍ତ ପୁଲିସ ସମାବେଶରେ ଲଳିତ ମୋର ସଙ୍ଗୀତକୁ ପ୍ରଶଂସା କରନ୍ତି ଏବଂ ଗାଇବାକୁ ବାଧ୍ୟ କରିଥାନ୍ତି। ପ୍ରାୟ ତାହା ହିଁ ଥିଲା ମୋର ନିୟମିତ ରିୟାଜ୍‌।

ତାଙ୍କ ପ୍ରେରଣାର ପ୍ରତିଧ୍ୱନି ହେଉଛି ମୋ ସଙ୍ଗୀତର ଘୋଷାପଦ। ମୋର ପ୍ରଥମ ଅଡିଓ ଆଲ୍‌ବମ୍ ‘ଭୁଲି ହୁଏନା’ ୨୦୦୬ ମସିହାରେ ରିଲିଜ୍ ହୋଇଥିଲା। ସେ ଏକହଜାର ସିଡିର ପେଟି ଧରି ଦିଲ୍ଲୀରୁ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସିଥିଲେ ଏବଂ ଘୋଷଣା କରିଥିଲେ ଯେ ସିଡିଟି ବିଶ୍ୱର ସବୁଠାରୁ ସଫଳ ସୁଗମସଙ୍ଗୀତର ଉପହାର। ସେ ମଧ୍ୟ ଥିଲେ ମୋର ବଡ଼ କ୍ରିଟିକ୍। ପ୍ରତ୍ୟେକ ଗାୟକର ସଫଳତା ନିର୍ଭର କରେ ବିଶ୍ୱସ୍ତ ଶ୍ରୋତାଙ୍କ ଉପରେ। ଲଳିତ କେବଳ ମୋ ଗୀତ ଶୁଣି ଖୁସି ହେଉନଥିଲେ, ସେ ମଧ୍ୟ ଭଲମନ୍ଦ ବିଷୟରେ ମନ୍ତବ୍ୟ ଦେଉଥିଲେ। ପ୍ରଥମ ସିଡିରୁ କୋଡ଼ିଏତମ ସିଡି ପର୍ଯ୍ୟନ୍ତ ଏହି ଗଠନମୂଳକ ସମାଲୋଚନା ମୋର ଚିନ୍ତାଧାରା ଏବଂ ଗାୟନ ଉପରେ ବିଶେଷ ପ୍ରଭାବ ପକାଇଥିଲା। ମୋ ସହିତ ପାଦରେ ପାଦ ମିଳାଇ ଚାଲିଛନ୍ତି ଲଳିତ। ଭୋର୍‌ବେଳାର ଭୈରବୀ ରାଗ ଭଳି ଏହି ଯାତ୍ରା ଆହୁରି ଅନେକ ବାକି ଅଛି। ସୁଗମ ସଂଗୀତରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ୨୦୨୩ ପୁରସ୍କାର ଲାଭ କରିବାରେ ମୋ’ଠାରୁ ଅଧିକ ଆନନ୍ଦିତ ହୋଇଛନ୍ତି ଲଳିତ। କିନ୍ତୁ ସବୁଠାରୁ ବଡ଼ ପୁରସ୍କାର ମୁଁ ପାଏ ଯେତେବେଳେ ରବୀନ୍ଦ୍ର ମଣ୍ଡପ ଓ ଜୟଦେବ ଭବନରେ ସବୁଠାରୁ ପଛଧାଡ଼ିରେ ସେ ବସିଥା’ନ୍ତି ଏବଂ ଶ୍ରୋତାମାନଙ୍କର ମୋ ଗୀତ ସଂପର୍କରେ ଆଲୋଚନା ଶୁଣୁଥା’ନ୍ତି। ଅତଏବ ମୋ ଜୀବନ ସଂଗୀତର ସ୍ୱରରେ ଅବିରତ ବାଜୁଥାଏ ରାଗ ଲଳିତ।

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button