ଜାତୀୟ

Panchayati Raj : ପଞ୍ଚାୟତିରାଜ ଅନୁଷ୍ଠାନ ପାଇଁ ୫୩.୧୩ କୋଟି ଅନୁଦାନ

ପଞ୍ଚାୟତିରାଜ ଅନୁଷ୍ଠାନଓ ଗ୍ରାମୀଣ ସ୍ଥାନୀୟ ସଂସ୍ଥା ପାଇଁ ପଞ୍ଚଦଶ ଅର୍ଥ ଆୟୋଗଙ୍କ ଅନୁଦାନ ଆକାରରେ କେନ୍ଦ୍ର ସରକାର ୧୫୩୬ କୋଟି ଟଙ୍କା ଜାରି କରିଛନ୍ତି। ଓଡ଼ିଶା ସହ ୮ଟି ରାଜ୍ୟକୁ ସେହି ପାଣ୍ଠି ଦିଆଯାଇଛି। ଓଡ଼ିଶାକୁ ଅନୁବନ୍ଧିତ ପାଣ୍ଠି ଆକାରରେ ୫୩.୧୩ କୋଟି ଟଙ୍କା ପ୍ରଦାନ କରାଯାଇଛି।

ନୂଆଦିଲ୍ଲୀ: ପଞ୍ଚାୟତିରାଜ ଅନୁଷ୍ଠାନଓ ଗ୍ରାମୀଣ ସ୍ଥାନୀୟ ସଂସ୍ଥା ପାଇଁ ପଞ୍ଚଦଶ ଅର୍ଥ ଆୟୋଗଙ୍କ ଅନୁଦାନ ଆକାରରେ କେନ୍ଦ୍ର ସରକାର ୧୫୩୬ କୋଟି ଟଙ୍କା ଜାରି କରିଛନ୍ତି। ଓଡ଼ିଶା ସହ ୮ଟି ରାଜ୍ୟକୁ ସେହି ପାଣ୍ଠି ଦିଆଯାଇଛି। ଓଡ଼ିଶାକୁ ଅନୁବନ୍ଧିତ ପାଣ୍ଠି ଆକାରରେ ୫୩.୧୩ କୋଟି ଟଙ୍କା ପ୍ରଦାନ କରାଯାଇଛି।

୨୦୨୫-୨୬ ଆର୍ଥିକ ବର୍ଷର ସ୍ଥଗିତ ରହିଥିବା ପ୍ରଥମ ଓ ଦ୍ବିତୀୟ କିସ୍ତି ଆକାରରେ ରାଜ୍ୟମାନକୁ ଉକ୍ତ ଅନୁଦାନ ପ୍ରଦାନ କରାଯାଇଛି। ଓଡ଼ିଶାର ୧୦ଟି ଅତିରିକ୍ତ ଜିଲ୍ଲା ପଞ୍ଚାୟତ, ୧୭ ଯୋଗ୍ୟ ବ୍ଲକ୍‌ ପଞ୍ଚାୟତ ଓ ୪୦ ଯୋଗ୍ୟ ଗ୍ରାମ ପଞ୍ଚାୟତକୁ ଉଭୟ କିସ୍ତିର ପାଣ୍ଠି ମିଳିବ। ଏଥି ସହିତ ୧୫ ଯୋଗ୍ୟ ଗ୍ରାମ ପଞ୍ଚାୟତକୁ ଦ୍ବିତୀୟ କିସ୍ତିର ପାଣ୍ଠି ମଧ୍ୟ ମିଳିବ ବୋଲି ଜଣାପଡ଼ିଛି।

୧୫ ଯୋଗ୍ୟ ଗ୍ରାମ ପଞ୍ଚାୟତକୁ ଦ୍ବିତୀୟ କିସ୍ତିର ପାଣ୍ଠି  ମିଳିବ!

ଅନୁବନ୍ଧିତ ପାଣ୍ଠିକୁ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ପରିମଳ ଓ ଖୋଲାରେ ମଳମୂତ୍ର ତ୍ୟାଗମୁକ୍ତ ମାନ୍ୟତା ବଜାୟ ରଖିବା, ଘରର ବର୍ଜ୍ୟ ପରିଚାଳନା ଓ ଟ୍ରିଟ୍‌ମେଣ୍ଟ୍‌, ମନୁଷ୍ୟ ମଳ ପରିଚାଳନା ଏବଂ ପାନୀୟ ଜଳ ଯୋଗାଣ, ବର୍ଷା ଜଳ ଅମଳ ଓ ଜଳ ରିସାଇକ୍ଲିଂ ଆଦି କାର୍ଯ୍ୟରେ ଖର୍ଚ୍ଚ କରିପାରିବେ

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button