ଜାତୀୟ

Putin praises Modi: ମୋଦୀଙ୍କୁ ପୁଟିନଙ୍କ ଭୁରି ଭୁରି ପ୍ରଶଂସା, କହିଲେ ‘ୟୁକ୍ରେନ୍ ଯୁଦ୍ଧ ଶେଷ ପାଇଁ ଭାରତର ଶାନ୍ତି ପ୍ରୟାସକୁ ସାଲ୍ୟୁଟ୍’

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି । ଭ୍ଲାଦିମିର ପୁଟିନ୍ ୟୁକ୍ରେନ୍ ଯୁଦ୍ଧ ଶେଷ କରିବା ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ଖୋଜିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମକୁ ଖୋଲାଖୋଲି ପ୍ରଶଂସା କରିଛନ୍ତି । ପୁଟିନ୍ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ଓ ବ୍ୟକ୍ତିଗତ ବନ୍ଧୁତା ଥାଇ ବି ପ୍ରଧାନମନ୍ତ୍ରୀ ମୋଦୀ କ୍ରମାଗତ ଭାବେ ୟୁକ୍ରେନ ସଙ୍କଟର ସମାଧାନ ଓ କଥାବାର୍ତ୍ତା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରସଙ୍ଗ ଉଠାଇ ଆସୁଛନ୍ତି । ଏହାସହ ରୁଷ-ଭାରତ ଆନ୍ତର୍ଜାତୀୟ ନର୍ଥ-ସାଉଥ୍ ପରିବହନ କରିଡର ଏବଂ ଆର୍ଥିକ ସହଯୋଗ ବୃଦ୍ଧି ଉପରେ ମଧ୍ୟ ପୁଟିନ୍ ବଡ଼ ବୟାନ ଦେଇଛନ୍ତି ।

“ଗଭୀର ସମ୍ପର୍କ ସତ୍ତ୍ୱେ ଶାନ୍ତି କଥା ଉଠାଉଛନ୍ତି ମୋଦୀ”

ମସ୍କୋରେ ଆୟୋଜିତ ‘ୱାଲଦାଇ ଡିସକସନ୍ କ୍ଲବ୍’ର ଏକ ଅଧିବେଶନରେ ବକ୍ତବ୍ୟ ରଖି ରୁଷ ରାଷ୍ଟ୍ରପତି ପୁଟିନ୍ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପରି ଜଣେ ବିଶ୍ୱନେତା, ଯିଏ ଆମର ବ୍ୟକ୍ତିଗତ ବନ୍ଧୁତା ସତ୍ତ୍ୱେ ନିରନ୍ତର ୟୁକ୍ରେନ ସଂଘର୍ଷକୁ ଶେଷ କରିବାକୁ ନିବେଦନ କରିଆସୁଛନ୍ତି । ଉଭୟ ପକ୍ଷକୁ ଗ୍ରହଣୀୟ ହେବା ଭଳି ସମାଧାନ ଖୋଜିବା ପାଇଁ ତାଙ୍କ ପାଖରେ ଗଭୀର ଅନୁଚିନ୍ତନ ଏବଂ ଚମତ୍କାର ଉପାୟ ରହିଛି ।” ପୁଟିନ୍ ଆହୁରି କହିଛନ୍ତି ଯେ, ଏହି ମାମଲାରେ ପ୍ରଧାନମନ୍ତ୍ରୀ ମୋଦୀ ନିରପେକ୍ଷ ରାସ୍ତା ଆପଣାଇଛନ୍ତି ଏବଂ ଖୁବ୍ ଶୀଘ୍ର ଶାନ୍ତି ଫେରାଇ ଆଣିବା ତାଙ୍କର ମୁଖ୍ୟ ପ୍ରାଥମିକତା । ଏହି ଶାନ୍ତିପୂର୍ଣ୍ଣ ପ୍ରଚେଷ୍ଟା ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି । କହିରଖୁ ଯେ, ପ୍ରଧାନମନ୍ତ୍ରୀ ମୋଦୀ କ୍ରମାଗତ ଭାବେ କହିଆସୁଛନ୍ତି ଯେ ରୁଷ-ୟୁକ୍ରେନ୍ ବିବାଦରେ ଭାରତର ଆଭିମୁଖ୍ୟ ଗଣତାନ୍ତ୍ରିକ, ନୀତିଗତ ଏବଂ ମାନବୀୟ । ଜାପାନୀ ସମ୍ବାଦପତ୍ରକୁ ଦେଇଥିବା ଏକ ସାକ୍ଷାତକାରରେ ପିଏମ୍ ମୋଦୀ କହିଥିଲେ ଯେ ରାଷ୍ଟ୍ରପତି ପୁଟିନ୍ ଏବଂ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଉଭୟ ତାଙ୍କ ସହ ଏହି ବିଷୟରେ ଆଲୋଚନା କରିଛନ୍ତି । ନିକଟରେ ନୂଆଦିଲ୍ଲୀରେ ଆୟୋଜିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା, ଯେଉଁଥିରେ ‘ଆର୍ଥିକ ସହଯୋଗ କାର୍ଯ୍ୟକ୍ରମ ୨୦୩୦’, ଶକ୍ତି, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଓ ବାଣିଜ୍ୟିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button