RDIA: ସେବା ଦେବାରେ ଆଣ୍ଠେଇଛି ଆର୍ଡିଏ: ଆୟର ୨୦% ଖର୍ଚ୍ଚ କରିପାରୁନି, ୭ ବର୍ଷରେ ଆୟ ୯.୩୮ କୋଟି
ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍ଡିଏ)। ସହରବାସୀଙ୍କ ହିତ ପାଇଁ ପ୍ରତିଷ୍ଠିତ ଏହି ସଂସ୍ଥା ଏକପ୍ରକାର ସ୍ଥାଣୁ ପାଲଟିଛି। ଗତ ୨୦ ବର୍ଷ ମଧ୍ୟରେ ଗୋଟିଏ ବି ବାସଗୃହ ପ୍ରକଳ୍ପ କରି ପାରିନାହିଁ। ମାର୍କେଟ୍ କମ୍ପ୍ଲେକ୍ସ ଓ ଅନ୍ୟାନ୍ୟ ଦିଗରୁ ମାସକୁ ୯୩ ଲକ୍ଷରୁ ଅଧିକ ଟଙ୍କା ଆୟ ହେଉଛି।

ମଳୟ ରଞ୍ଜନ ସାହୁ
ରାଉରକେଲା: ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍ଡିଏ)। ସହରବାସୀଙ୍କ ହିତ ପାଇଁ ପ୍ରତିଷ୍ଠିତ ଏହି ସଂସ୍ଥା ଏକପ୍ରକାର ସ୍ଥାଣୁ ପାଲଟିଛି। ଗତ ୨୦ ବର୍ଷ ମଧ୍ୟରେ ଗୋଟିଏ ବି ବାସଗୃହ ପ୍ରକଳ୍ପ କରି ପାରିନାହିଁ। ମାର୍କେଟ୍ କମ୍ପ୍ଲେକ୍ସ ଓ ଅନ୍ୟାନ୍ୟ ଦିଗରୁ ମାସକୁ ୯୩ ଲକ୍ଷରୁ ଅଧିକ ଟଙ୍କା ଆୟ ହେଉଛି। ବିଗତ କିଛି ବର୍ଷ ମଧ୍ୟରେ ୧୦୨ କୋଟିରୁ ଅଧିକ ଟଙ୍କା ଆଦାୟ ହୋଇ ସେମିତି ପଡ଼ିରହିଛି। ଆଶ୍ଚର୍ଯ୍ୟ କଥା, ଯେତିକି ଆାୟ ହେଉଛି ତା’ର ୨୦% ସଂସ୍ଥା ଖର୍ଚ୍ଚ କରିପାରୁନି। ନିକଟରେ ନଗର ଉନ୍ନୟନମନ୍ତ୍ରୀ ରାଉରକେଲା ଗସ୍ତରେ ଆସିଥିଲେ। ଆର୍ଡିଏର ବିଭିନ୍ନ ପ୍ରକଳ୍ପ ଓ ଅନ୍ୟାନ୍ୟ ସମସ୍ୟା ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଚାଲିଗଲେ। ମନ୍ତ୍ରୀଙ୍କ ଉପସ୍ଥିତିରେ ଅଧିକାରୀ ୧୦୨ କୋଟି ଟଙ୍କା ରହିଛି ଓ ମାସକୁ ୯୩ ଲକ୍ଷରୁ ଅଧିକ ଟଙ୍କା ଆଦାୟ ହେଉଛି ବୋଲି କହିଥିଲେ। ସମୀକ୍ଷା ବୈଠକର ନିଷ୍କର୍ଷ କିଛି ଜଣାପଡ଼ିଲାନି। ତେବେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଆର୍ଡିଏର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି।
ସୌଜନ୍ୟ ସମ୍ବାଦ




