ମନୋରଞ୍ଜନ

RPF: ଆର୍‌ପିଏଫ୍‌ ଅଧିକାରୀଙ୍କୁ ବ୍ଲେଡ୍‌ରେ ଆକ୍ରମଣ କରି ଟିଭି ଅଭିନେତ୍ରୀ ଅନ୍ତରା ବାନାର୍ଜୀ ଗିରଫ

ଟିଭି ସୋ ‘କସୌଟି ଜିନ୍ଦଗୀ କି ୨’ ଅଭିନେତ୍ରୀ ଅନ୍ତରା ବାନାର୍ଜୀ ଆରାବଳୀ ଏକ୍ସପ୍ରେସରେ ଜଣେ ରେଲୱେ ସୁରକ୍ଷା ବାହିନୀ (ଆର୍‌ପିଏଫ୍‌) କର୍ମଚାରୀଙ୍କୁ ବ୍ଲେଡରେ ଆକ୍ରମଣ କରି ଗିରଫ ହୋଇଛନ୍ତି।

ମୁମ୍ବାଇ: ଟିଭି ସୋ ‘କସୌଟି ଜିନ୍ଦଗୀ କି ୨’ ଅଭିନେତ୍ରୀ ଅନ୍ତରା ବାନାର୍ଜୀ ଆରାବଳୀ ଏକ୍ସପ୍ରେସରେ ଜଣେ ରେଲୱେ ସୁରକ୍ଷା ବାହିନୀ (ଆର୍‌ପିଏଫ୍‌) କର୍ମଚାରୀଙ୍କୁ ବ୍ଲେଡରେ ଆକ୍ରମଣ କରି ଗିରଫ ହୋଇଛନ୍ତି। ଅନ୍ତରା ସୁରଟକୁ ସୁଟିଂ ପାଇଁ ଆରାବଳୀ ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବା ସମୟରେ ତାଙ୍କ ପାଖରେ ସ୍ଲିପର କ୍ଲାସ ଟିକେଟ୍ ଥିବା ସତ୍ତ୍ୱେ ସେ ଏସି କୋଚରେ ବସିବାକୁ ନେଇ ବିବାଦ ପରେ ଜଣେ ଆରପିଏଫ ଅଧିକାରୀଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଏପରିକି ଅନ୍ତରା ନିଜ ପୋଷାକ ଖୋଲି ଦେଇଥିବା ଅଭିଯୋଗ ହୋଇଛି।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୧୨ ତାରିଖରେ ଆରାବଳୀ ଏକ୍ସପ୍ରେସ୍‌ରେ ଏହି ଘଟଣା ଘଟିଥିଲା।

ଘଟଣାଟି ବୋରିଭାଲି ଓ ଦହାନୁ ମଧ୍ୟରେ ରାତି ୯ଟା ୩୦ରୁ ୧୦ଟା ୫୦ ମଧ୍ୟରେ ଘଟିଥିଲା। ଅନ୍ତରାଙ୍କ ପାଖରେ ସ୍ଲିପର୍‌ କ୍ଲାସ୍‌ ଟିକଟ ଥିବା ସତ୍ତ୍ବେ ସେ ସଂରକ୍ଷିତ ଏସି କୋଚରେ ବସିବାକୁ ନେଇ ଅନ୍ୟ ଯାତ୍ରୀଙ୍କ ସହିତ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଯାତ୍ରୀ ଏସମ୍ପର୍କରେ ଟିକେଟ କଲେକ୍ଟର ଓ ଆରପିଏଫ୍‌କୁ ସୂଚନା ଦେଇଥିଲେ। ଆର୍‌ପିଏଫ୍‌ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର କହିଛନ୍ତି ଯେ, ଗଣ୍ଡଗୋଳବେଳେ ସେ ଓ ଜଣେ କନେଷ୍ଟବଳ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅଭିନେତ୍ରୀ ସେମାନଙ୍କ ସହିତ ଦୁର୍ବ୍ୟବହାର କରିବା ସହିତ ହିଂସାତ୍ମକ ହୋଇଯାଇଥିଲେ। ଅନ୍ତରା ବାନାର୍ଜୀ ଉତ୍ତେଜିତ ହୋଇ ନିଜ ପୋଷାକ ଓହ୍ଲାଇ ଦେବା ସହିତ ଏକ ବ୍ଲେଡରେ ସେମାନଙ୍କୁ ଆକ୍ରମଣ କରିବା ସହିତ ନିଜକୁ ମଧ୍ୟ ଆଘାତ ଦେଇଥିଲେ। ଅଭିନେତ୍ରୀ ତାଙ୍କ ୟୁନିଫର୍ମ ନଷ୍ଟ କରିବା ସହିତ ମୋବାଇଲ୍ ଫୋନ୍ ଭାଙ୍ଗି ଦେଇଥିଲେ ବୋଲି କହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button