ମହାନଗର

9th century: ଶୁକଶାରି ମନ୍ଦିର ନିକଟ ଦୁର୍ଗା ମନ୍ଦିରରେ ନବମ ଶତାବ୍ଦୀର ଶିଳାଲେଖ

ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ଦ୍ୱାରା ଶୁକଶାରି ମନ୍ଦିର ସ୍ଥଳ ଓ ଏହାର ଚତୁଃପାର୍ଶ୍ବ ଖନନ ଜାରି ରହିଛି। ପ୍ରାଚୀନ କୀର୍ତ୍ତିରାଜିର ସନ୍ଧାନ ପରେ ଏହାର.....

ଭୁବନେଶ୍ୱର: ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ଦ୍ୱାରା ଶୁକଶାରି ମନ୍ଦିର ସ୍ଥଳ ଓ ଏହାର ଚତୁଃପାର୍ଶ୍ବ ଖନନ ଜାରି ରହିଛି। ପ୍ରାଚୀନ କୀର୍ତ୍ତିରାଜିର ସନ୍ଧାନ ପରେ ଏହାର ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିଛି। ଅପରପକ୍ଷେ ଖନନ କାର୍ଯ୍ୟସ୍ଥଳରୁ ଶୁକଶାରି ମନ୍ଦିର ନିକଟ ଦୁର୍ଗା ମନ୍ଦିରରୁ ଏକ ଦୁର୍ଲଭ ପ୍ରାଚୀନ ଶିଳାଲେଖ ମିଳିଛି। ଓଡ଼ିଆ ଅଭିଲେଖ ଗବେଷକ ଇଂ. ବିଷ୍ଣୁମୋହନ ଅଧିକାରୀ ଏହି ଶିଳାଲେଖର ସନ୍ଧାନ ପାଇଛନ୍ତି। ଯେଉଁଥିରେ ପ୍ରାଚୀନ-ପୂର୍ବୀ ନାଗରୀ ଲିପି ରହିଛି ବୋଲି ସେ କହିଛନ୍ତି। ଏହା ଉପରେ ଅଧିକ ସନ୍ଧାନ କରିବେ ବୋଲି ସେ କହିଛନ୍ତି।

ଇଂ. ଅଧିକାରୀ କହିଛନ୍ତି, ଓଡ଼ିଶୀ ସଙ୍ଗୀତ ବିଶେଷଜ୍ଞ ପ୍ରତୀକ ପଟ୍ଟନାୟକ ଏହି ଶିଳାଲେଖ ଦେଖିବା ପରେ ତାଙ୍କୁ ସୂଚନା ଦେଇଥିଲେ। ସେ ଶିଳାଲେଖର ଅନୁଧ୍ୟାନ ଓ ଗବେଷଣା ପରେ ଏହି ଶିଳାଲେଖର ଲିପି ତଥା ପାଠ ଆବିଷ୍କାର କରିଛନ୍ତି। ଏହି ଶିଳାଲେଖଟି ଲିପିତତ୍ତ୍ବ ଆଧାରରେ ଅଷ୍ଟମ ଶତାବ୍ଦୀର ଶେଷ ତଥା ନବମ ଶତାବ୍ଦୀର ପ୍ରାରମ୍ଭ ସମୟର ବୋଲି ସେ କହିଛନ୍ତି। ଶିଳାଲେଖରେ ‘ବିଧି ପୁରୁଷ’ ବୋଲି ଉଲ୍ଲେଖ ଅଛି। ଏହାର ଅର୍ଥ ବିଶ୍ବକର୍ମା, ବ୍ରହ୍ମା ଅବା ଅନ୍ୟ କୌଣସି ଦେବବେଦୀ। ଏହି ଶିଳାଲେଖ ଓଡ଼ିଶାର ପ୍ରାରମ୍ଭିକ ଧାର୍ମିକ ଓ ସାଂସ୍କୃତିକ ଇତିହାସ ଅଧ୍ୟୟନରେ ଏହା ଗୁରୁତ୍ୱପୂର୍ଣ୍ଣ ନୂତନ ତଥ୍ୟ ଯୋଗାଇବ। ଯେଉଁ ଶତାଦ୍ଦୀର ଏହି ଶିଳାଲେଖ ବୋଲି ଜଣାପଡ଼ିଛି, ସେ ସମୟରେ ଭୌମ ଅବା ସୋମବଂଶର ରାଜାମାନେ ରାଜତ୍ବ କରୁଥିଲେ। ଏମାନେ ଶିବ ଉପାସକ ଥିଲେ। ଯେହେତୁ ଯେତିକି ଖନନ ହୋଇଛି, ସେଥିରୁ ଏଭଳି ଶିଳାଲେଖ ମିଳିଛି, ଅଧିକ ଖନନ କଲେ ସୋମ ବଂଶର ଇତିହାସ ସଂପର୍କରେ ଅଧିକ କିଛି ତଥ୍ୟ ମିଳିପାରିବ ବୋଲି ଇଂ. ଅଧିକାରୀ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button