ନୂଆଦିଲ୍ଲୀ: କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଆଜି ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନୂଆଦିଲ୍ଳୀରେ ଭେଟିଛନ୍ତି। କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଜାରି ରହିଥିବାବେଳେ ଶିବକୁମାରଙ୍କର ପାର୍ଟି ହାଇକମାଣ୍ଡଙ୍କ ସହ ସାକ୍ଷାତକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଦଳ ପକ୍ଷରୁ ଏନେଇ କୌଣସି ବିବୃତି ଜାରି ହୋଇନଥିବାବେଳେ କର୍ଣ୍ଣାଟକର ରାଜନୈତିକ ସ୍ଥିତି, ସରକାରରେ ଆଭ୍ୟନ୍ତରୀଣ ସହଯୋଗ ସଂକ୍ରାନ୍ତରେ ଏହି ବୈଠକ ସମୟରେ ଆଲୋଚନା ହୋଇଥାଇପାରେ ବୋଲି କୁହାଯାଉଛି।

