ରାଜ୍ୟ

STF: ଭୋଗରାଇରୁ ୫ ଓରାଂଉଟାନ୍ ଉଦ୍ଧାର ଘଟଣା: ଏସ୍‌ଟିଏଫ୍‌ର ତନାଘନା

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ରଣକୋଠା ସଂରକ୍ଷିତ ଜଙ୍ଗଲର ବଡ଼ପାହି ନିକଟରୁ ୫ଟି ବିରଳ ଓରାଂଉଟାନ୍ ଉଦ୍ଧାର ହେବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ସ୍ପେସାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଓ ବନ ବିଭାଗ

ବାଲେଶ୍ବର/ଭୋଗରାଇ/ଚନ୍ଦନେଶ୍ବର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ରଣକୋଠା ସଂରକ୍ଷିତ ଜଙ୍ଗଲର ବଡ଼ପାହି ନିକଟରୁ ୫ଟି ବିରଳ ଓରାଂଉଟାନ୍ ଉଦ୍ଧାର ହେବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ସ୍ପେସାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଓ ବନ ବିଭାଗ ଅଧିକାରୀମାନେ ଆଜି ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଛନ୍ତି। ଭାରତରେ ଦେଖାଯାଉ ନଥିବା ଏହି ବିରଳ ଜୀବ ଭୋଗରାଇକୁ ଆସିଲେ କେମିତି? ସେମାନଙ୍କୁ କିଏ ଏଠାରେ ଛାଡ଼ିଲା? ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ରୢାକେଟ୍‌ର ଏଥିରେ ସମ୍ପୃକ୍ତି ରହିଛି କି? ସିସିଟିଭି ଫୁଟେଜ୍‌ରେ ଥିବା ଥାର୍‌ ଗାଡ଼ି କାହାର? ଏସବୁ ପ୍ରଶ୍ନର ଉତ୍ତର ଏଯାଏଁ ମିଳିପାରିନି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button