ରାଜ୍ୟ

MLA’s son: ସୀମା ଟପିଲେ ବିଧାୟକଙ୍କ ପୁଅ

୧୭ ମାସ ପରେ ବସିଥିଲା ଆସିକା ପଞ୍ଚାୟତ ସମିିତି ବୈଠକ। ହେଲେ ବୈଠକ ଆରମ୍ଭରୁ ଚାଲିଲା ଯୁକ୍ତିତର୍କ। ବିଧାୟକ ସରୋଜ ପାଢ଼ୀଙ୍କ ଉପରେ ଅସନ୍ତୋଷ ଝାଡ଼ିଥିଲେ ସରପଞ୍ଚ ଓ ସମିତିସଭ୍ୟ।

ଆସିକା/ବ୍ରହ୍ମପୁର: ୧୭ ମାସ ପରେ ବସିଥିଲା ଆସିକାପଞ୍ଚାୟତ ସମିିତି ବୈଠକ। ହେଲେ ବୈଠକ ଆରମ୍ଭରୁ ଚାଲିଲା ଯୁକ୍ତିତର୍କ। ବିଧାୟକ ସରୋଜ ପାଢ଼ୀଙ୍କ ଉପରେ ଅସନ୍ତୋଷ ଝାଡ଼ିଥିଲେ ସରପଞ୍ଚ ଓ ସମିତିସଭ୍ୟ। ବ୍ଲକ୍‌ରେ ବିଲ୍‌ ପଡ଼ି ରହୁଥିଲା ବେଳେ ଅଞ୍ଚଳର ବିକାଶ ପ୍ରତି ଆଖି ବୁଜି ଦିଆଯାଉଥିବା ଅଭିଯୋଗ ଉଠିଲା। ଏହାକୁ ନେଇ ବିଧାୟକଙ୍କ ସହ କଥା କଟାକଟି ବେଳେ ବୈଠକରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ବିଧାୟକଙ୍କ ଦୁଇ ପୁଅ ସମ୍ବିତ ଓ ସଙ୍ଗୀତ। ଏହାକୁ ନେଇ ବୈଠକରେ ପ୍ରବଳ ହୋହଲ୍ଲା ଓ ପାଟିତୁଣ୍ଡ ହୋଇଥିଲା। କଥା ହାତାହାତି ଯାଏଁ ବି ପଳାଇଥିଲା। ଅବଶ୍ୟ ପୁଲିସ ହସ୍ତକ୍ଷେପ ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।

ଆଜି ପୂର୍ବାହ୍ଣରେ ଆସିକା ପଞ୍ଚାୟତ ସମିତି ସଭାଗୃହରେ ଅଷ୍ଟମ ପଞ୍ଚାୟତ ସମିତି ବୈଠକ ବସିଥିଲା। ଏଥିରେ ଅଧ୍ୟକ୍ଷା ତ୍ରିବେଣୀ ନାୟକ ଅଧ୍ୟକ୍ଷତା କରିଥିଲେ। ବିଡିଓ ରାଜେନ୍ଦ୍ର ନାୟକଙ୍କ ଆବାହକତ୍ବରେ ବିଧାୟକ ସରୋଜ ପାଢ଼ୀ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ବୈଠକ ଆରମ୍ଭରୁ ବ୍ଲକ୍‌ର ଉନ୍ନୟନମୂଳକ କାମର ବିଲ୍‌ ହେଉ ନଥିବା ଅଭିଯୋଗ ଉଠିଥିଲା। ନିଜ ସିଟ୍‌ରୁ ବିଧାୟକ ଶ୍ରୀ ପାଢ଼ୀ ଉଠି ଛିଡ଼ା ହେଉଥିବା ଦେଖି ତିକ୍ତତା ବଢ଼ିଥିଲା। ପରେ ଯିଏ ଯାହା ପୋଲ୍‌ ଖୋଲି ଚାଲିଥିଲେ। ବିଜେଡି ସଦସ୍ୟମାନେ ପୂର୍ବ ସରକାରର ବିକାଶ ଚିଠା ଫିଙ୍ଗିଥିଲେ। ଆସିକାରେ ଗୁଣ୍ଡାଗର୍ଦ୍ଦି ବଢ଼ୁଥିଲା ବେଳେ ବାଲି ଚୋରି ଚାଲିଛି। ଏପରିକି ଆସିକାରେ ସବୁଠୁ ବଡ଼ ଗୁଣ୍ଡା କିଏ ବୋଲି କେତେ ଜଣ ପ୍ରଶ୍ନ କରିଥିଲେ। ବିଧାୟକ ଏଥିରେ ସାମାନ୍ୟ ଉତ୍ତ୍ୟକ୍ତ ହୋଇ ବି ନିଜକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରିଥିଲେ।

ତେବେ ସଭାଗୃହ ଭିତରକୁ ପଶି ବିଧାୟକଙ୍କ ୨ ପୁଅ ଗଣ୍ଡଗୋଳ ଓ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ହରଡ଼ାପଦର ସରପଞ୍ଚ ଜୟନ୍ତୀ ବେହେରା ଓ ସମିତିସଭ୍ୟ ତ୍ରିନାଥ ବେହେରାଙ୍କୁ ବିଧାୟକଙ୍କ ୨ ପୁଅଙ୍କ ସମେତ କିଛି ଅସାମାଜିକ ବ୍ୟକ୍ତି ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି। ଏନେଇ ଶ୍ରୀମତୀ ବେହେରା ଆସିକା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଥିବା ଆଇଆଇସି କହିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button