ଦେଶ ବିଦେଶ

Indian Army: ଭାରତୀୟ ସେନାର ଆଧୁନିକ ଯୁଦ୍ଧ ପ୍ରସ୍ତୁତି

ଭାରତୀୟ ସେନା ଆଧୁନିକ ଯୁଦ୍ଧର ଚ୍ୟାଲେଞ୍ଜ ମୁକାବିଲା କରିବାକୁ ଏକ ବଡ଼ ପଦକ୍ଷେପ ନେଇଛି। ସେନା ଏକ ଲକ୍ଷରୁ ଅଧିକ ଡ୍ରୋନ୍ ଅପରେଟର୍ ସହ ଏକ ‘ଆଧୁନିକ ଯୁଦ୍ଧ ବାହିନୀ’ ଗଠନ...

ନୂଆଦିଲ୍ଲୀ: ଭାରତୀୟ ସେନା ଆଧୁନିକ ଯୁଦ୍ଧର ଚ୍ୟାଲେଞ୍ଜ ମୁକାବିଲା କରିବାକୁ ଏକ ବଡ଼ ପଦକ୍ଷେପ ନେଇଛି। ସେନା ଏକ ଲକ୍ଷରୁ ଅଧିକ ଡ୍ରୋନ୍ ଅପରେଟର୍ ସହ ଏକ   ‘ଆଧୁନିକ ଯୁଦ୍ଧ ବାହିନୀ’ ଗଠନ କରିଛି। ଏହା ସହିତ ନୂଆ ସ୍ପେସାଲ୍ ଫୋର୍ସ ‘ଭୈରବ’ ବ୍ୟାଟାଲିୟନ୍ ଗଠନ କରାଯାଇଛି, ଯାହା ଆଧୁନିକ ଯୁଦ୍ଧରେ ବିଶେଷ ଭୂମିକା ନିର୍ବାହ କରିବ।

ସେନାରେ ଏବେ ଏକ ଲକ୍ଷରୁ ଅଧିକ ସୈନିକ ଡ୍ରୋନ୍ ଚଳାଇବାରେ ପ୍ରଶିକ୍ଷିତ ହୋଇଛନ୍ତି। ଏହି ଅପରେଟର୍ମାନେ ସର୍ଭେଲାନ୍ସ, ଟାର୍ଗେଟିଂ ଓ ଆଟାକ୍ ଡ୍ରୋନ୍ ଚଳାଇପାରିବେ। ସେନା ବିଭିନ୍ନ ପ୍ରକାରର ଡ୍ରୋନ୍- ସ୍ୱର୍ମ ଡ୍ରୋନ୍, କାମିକାଜେ ଡ୍ରୋନ୍ ଓ ଲୋୟଟରିଂ ମ୍ୟୁନିସନ୍  ହାସଲ କରିଛି ଏବଂ ଏ କ୍ଷେତ୍ରରେ ଦେଶୀୟ ଉତ୍ପାଦନକୁ ପ୍ରୋତ୍ସାହିତ କରୁଛି। ଏହି ସ୍ବତନ୍ତ୍ର ଡ୍ରୋନ୍‌ ବାହିନୀ ସୀମାରେ ଓ ଆଧୁନିକ ଯୁଦ୍ଧକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

ଅତ୍ୟାଧୁନିକ ରଣକୌଶଳରେ ଲଢ଼ିବା ପାଇଁ ସେନା ନୂଆ ସ୍ପେସାଲ୍ ଫୋର୍ସ ‘ଭୈରବ’ ବ୍ୟାଟାଲିୟନ୍ ଗଠନ କରିଛି, ଯାହା ଆଧୁନିକ ଯୁଦ୍ଧରେ ସାଇବର୍, ଇଲେକ୍ଟ୍ରୋନିକ୍ ୱାରଫେର୍‌, ଡ୍ରୋନ୍ ଓ ‘ଏଆଇ’ ଆଧାରିତ ଅପରେସନ୍‌ ଚଳାଇବାରେ ନିପୁଣ। ଏହି ବାହିନୀ ପାରା ଏସ୍ଏଫ୍ ଓ ମାର୍କୋସ୍ ଭଳି ସ୍ବତନ୍ତ୍ର କମାଣ୍ଡୋଙ୍କୁ ନେଇ ଗଠିତ ହେଉଛି। ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏହି ଗଠନକୁ ଆଧୁନିକ ଯୁଦ୍ଧର ଆବଶ୍ୟକତା ବୋଲି କହିଛନ୍ତି। ଏହି ପଦକ୍ଷେପ ଚୀନ୍‌ ଓ ପାକିସ୍ତାନ ସହ ସମ୍ଭାବ୍ୟ ଯୁଦ୍ଧରେ ଭାରତକୁ ଶକ୍ତିଶାଳୀ କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସେନାର ଏହି ରୂପାନ୍ତରଣ ଆତ୍ମନିର୍ଭର ଭାରତ ଅଭିଯାନ ସହ ଯୋଡ଼ି ହୋଇଛି।

 

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button