ସାଇକ୍ଲୋନ୍ ଫେଙ୍ଗାଲ୍ ପାଇଁ ବିମାନ ଓ ରେଳ ଚଳାଚଳ ବ୍ୟାହାତ

ଚେନ୍ନାଇ: ବଙ୍ଗୋପସାଗରରେ ସାଇକ୍ଲୋନ୍ ଫେଙ୍ଗାଲ୍ ତୀବ୍ର ହେବା ସହ ପୁଡୁଚେରୀ ନିକଟରେ ଅବତରଣ ଆଡକୁ ମୁହାଁଇଥିବାରୁ ତାମିଲନାଡୁ କର୍ତ୍ତୃପକ୍ଷ ଜରୁରୀ ପରାମର୍ଶ ପତ୍ର ଜାରି କରିଛନ୍ତି। ଏହାସହିତ ପ୍ରମୁଖ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି।

ଆଜି ଅପରାହ୍ନରେ କରାଇକାଲ ଏବଂ ମହାବାଲିପୁରମ୍ ମଧ୍ୟରେ ଲ୍ୟାଣ୍ଡ୍‌ଫଲ କରିବାର ସମ୍ଭାବନା ଥିବାରୁ ତାମିଲନାଡୁର ଉତ୍ତର ଏବଂ ଡେଲଟା ଜିଲ୍ଲା ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି

ସାଇକ୍ଲୋନ୍‌ ଫେଙ୍ଗାଲ ବିମାନ ଓ ରେଳ ଚଳାଚଳକୁ ବି ପ୍ରଭାବିତ କରିବ ବୋଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ଘୋଷଣା କରାଯାଇଛି। ସ୍କୁଲ୍‌, କଲେଜ ବନ୍ଦ କରାଯିବା ସହ ଅନେକ ଅଞ୍ଚଳକୁ ରେଡ୍‌ ଓ ଅରେଞ୍ଜ ଆର୍ଲଟ ଜାରି କରାଯାଇଛି।

ଛାତ୍ରମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଚେନ୍ନାଇ, ଥିରୁଭାଲୁର, କାଞ୍ଚିପୁରମ୍, ଏବଂ ଚେଙ୍ଗାଲପାଟ୍ଟୁ ଜିଲ୍ଲାର ସମସ୍ତ ସ୍କୁଲ ଏବଂ କଲେଜକୁ ନଭେମ୍ବର ୩୦ ରେ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଫେଙ୍ଗାଲ ଅପରାହ୍ନରେ ଅବତରଣ କରିବ ବୋଲି ପୂର୍ବାନୁମାନ କରାଯାଇଛି ଏବଂ ପବନ ୯୦ କିଲୋମିଟର ବେଗରେ ପହଞ୍ଚିବ। ପ୍ରବଳ ବର୍ଷା ଆଲର୍ଟ ଥିବା ଅନ୍ୟ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ଥାନୀୟ ପରିସ୍ଥିତିକୁ ଆଧାର କରି ନିଷ୍ପତ୍ତି ନେବାକୁ ପରାମର୍ଶ ଦିଆଯାଇଛି।

ଆସନ୍ତା ଘଣ୍ଟା ମଧ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ଆଶଙ୍କା କରି ଉତ୍ତର ପାଣିପାଗ ବିଭାଗ (ଆଇଏମଡି) ଉତ୍ତର ତାମିଲନାଡୁ ଏବଂ ପୁଡୁଚେରୀର ଅନେକ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି।

ଏହାର ପ୍ରସ୍ତୁତିର ଏକ ଅଂଶ ଭାବରେ ତାମିଲନାଡୁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସାରା ରାଜ୍ୟରେ ୨,୨୨୯ଟି ରିଲିଫ୍ କ୍ୟାମ୍ପ ସ୍ଥାପନ କରି ଆଶ୍ରୟ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଇଁ ସମ୍ବଳ ଉପଲବ୍ଧ ଥିବା ସୁନିଶ୍ଚିତ କରିଛି।
ସୌଜନ୍ୟ-ପ୍ରମେୟ

Show More
Back to top button