Two Killed: କଟକ-ଚାନ୍ଦବାଲି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ବାଇକ୍କୁ ପଛରୁ ପିଟିଲା ବସ୍, ୨ ମୃତ
କଟକ - ଚାନ୍ଦବାଲି ରାସ୍ତାର ସାଲେପୁର ଥାନା ଅଧୀନ ନାନ୍ଦୋଳ ଗଡା ସ୍ଥିତ ଚାଣକ୍ୟ ହୋଟେଲ ସମ୍ମୁଖରେ ଏକ ଘରୋଇ ବସ୍ ଧକ୍କାରେ ବାଇକ୍ ଆରୋହୀଙ୍କ ସହ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସାଲେପୁର: କଟକ – ଚାନ୍ଦବାଲି ରାସ୍ତାର ସାଲେପୁର ଥାନା ଅଧୀନ ନାନ୍ଦୋଳ ଗଡା ସ୍ଥିତ ଚାଣକ୍ୟ ହୋଟେଲ ସମ୍ମୁଖରେ ଏକ ଘରୋଇବସ୍ ଧକ୍କାରେ ବାଇକ୍ ଆରୋହୀଙ୍କ ସହ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ କଟକରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଘରୋଇ ବସ୍ ଏକ ବାଇକ୍ କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଜଣେ ବାଇକ୍ ଆରୋହୀ ହୋଇଥିବା ବେଳେ ଅନ୍ୟ ଜଣେ ବାଇକ୍ ରେ ବସିଥିଲେ ବୋଲି ଜଣାପଡ଼ିଛି।
ତଦନ୍ତ ଚଳାଇଛି ପୁଲିସ
କୁହାଯାଉଛି,ବାଇକ୍ ଆରୋହୀ ଦ୍ୱୟ କଟକରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିଲେ। ତେବେ ଉଭୟ ମୃତକଙ୍କ ପରିଚୟ ଜଣାପଡିନଥିଲେ ସୁଦ୍ଧା ସେମାନେ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳର ବୋଲି ସୂଚନା ମିଳିଛି। ଦୁର୍ଘଟଣା ଘଟାଇ ଘରୋଇ ବସ୍ ଟି ଦ୍ରୁତ ଗତିରେ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ବେଳେ ପୁଲିସ ବସଟିକୁ ସାଲେପୁର ବସଷ୍ଟାଣ୍ଡ ନିକଟରେ ଜବତ କରିଥିବା ଜଣାପଡିଛି। ଅପରପକ୍ଷେ ଭାଙ୍ଗି ରୁଜି ଯାଇଥିବା ବାଇକ୍ କୁ ପୁଲିସ ଜବତ କରିବା ସହିତ ଦ୍ୱୟ ଶବକୁ ଜବତ କରି ତଦନ୍ତ ଚଳାଇଛି।
ସୌଜନ୍ୟ ସମ୍ବାଦ




