ବିଶେଷ

Why shiny foil? ଚକଚକିଆ ଫଏଲ୍‌ କାହିଁକି?

ଆମେ ଯେତେବେଳେ ବି ଔଷଧ ଦୋକାନରୁ ଔଷଧ କିଣୁ ଟାବଲେଟ୍‌ ଖୋଳ ପଛରେ ଚକ୍‌ଚକ୍‌ ଆଲୁମିନିଅମ୍‌ ପରସ୍ତ ନଜରକୁ ଆସେ। ଏହା ଦେଖିବାକୁ ସାଧାରଣ କାଗଜ କିମ୍ବା ପ୍ଲାଷ୍ଟିକ୍‌ ଭଳି ଲାଗିପାରେ କିନ୍ତୁ ବାସ୍ତବରେ ଏହା ଔଷଧର ଗୁଣବତ୍ତା ବଜାୟ ରଖିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଥାଏ।

ଆମେ ଯେତେବେଳେ ବି ଔଷଧ ଦୋକାନରୁ ଔଷଧ କିଣୁ ଟାବଲେଟ୍‌ ଖୋଳ ପଛରେ ଚକ୍‌ଚକ୍‌ ଆଲୁମିନିଅମ୍‌ ପରସ୍ତ ନଜରକୁ ଆସେ। ଏହା ଦେଖିବାକୁ ସାଧାରଣ କାଗଜ କିମ୍ବା ପ୍ଲାଷ୍ଟିକ୍‌ ଭଳି ଲାଗିପାରେ କିନ୍ତୁ ବାସ୍ତବରେ ଏହା ଔଷଧର ଗୁଣବତ୍ତା ବଜାୟ ରଖିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଥାଏ। ବିଭିନ୍ନ ଔଷଧ ବାୟୁ, ଆର୍ଦ୍ରତା ଓ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସି ନଷ୍ଟ ହୋଇଯିବାର ଆଶଙ୍କା ଥାଏ। ଆଲୁମିନିଅମ୍‌ ଫଏଲ୍‌ ଏକ ଦୃଢ଼ ପ୍ରତିବନ୍ଧକ ଭାବେ କାମ କରି ଔଷଧକୁ ଏହିସବୁ କ୍ଷତିକାରକ ଉପାଦାନରୁ ସୁରକ୍ଷିତ ରଖେ।

ଆଲୁମିନିଅମ୍‌ର ଏକ ବିଶେଷତ୍ବ ହେଉଛି ଏହାକୁ ଅତି ପତଳା ସିଟ୍‌ରେ ରୂପାନ୍ତରିତ କରାଯାଇପାରିବ ଏବଂ ଏହା ସତ୍ତ୍ୱେ ଫଏଲ୍‌ ଏକ ଶକ୍ତିଶାଳୀ ସୁରକ୍ଷା କବଚର କାମ କରିଥାଏ। ଅଧିକ ସମ୍ବେଦନଶୀଳ ଔଷଧଗୁଡ଼ିକ ପାଇଁ କେବଳ ପଛପଟେ ନୁହେଁ ବରଂ ଉଭୟ ପଟେ ଆଲୁମିନିଅମ୍‌ ଫଏଲ୍‌ ବ୍ୟବହାର କରାଯାଇଥାଏ। ଏହାକୁ ‘ଆଲୁ-ଆଲୁ ପ୍ୟାକେଟ୍‌’ କୁହାଯାଏ ଯାହା ଔଷଧକୁ ସର୍ବୋତ୍ତମ ସୁରକ୍ଷା ଦେଇଥାଏ।

ଅନେକ ଲୋକ ଭାବନ୍ତି ଯେ ଏହି ଫଏଲ୍‌ କାରଣରୁ ଔଷଧର ମିଆଦ ବଢ଼ିଯାଏ। କିନ୍ତୁ ଏହା ସତ ନୁହେଁ। ଆଲୁମିନିଅମ୍‌ ଫଏଲ୍‌ କେବଳ ଔଷଧକୁ ତା’ର ନିର୍ଦ୍ଧାରିତ ମିଆଦ ପର୍ଯ୍ୟନ୍ତ ସୁରକ୍ଷିତ ଓ ପ୍ରଭାବଶାଳୀ ରଖିବାରେ ସାହାଯ୍ୟ କରେ। ତେଣୁ ପରବର୍ତ୍ତୀ ସମୟରେ ଯେତେବେଳେ ଆପଣ ଔଷଧ ଖୋଲିବେ ସେତେବେଳେ ସ୍ମରଣରେ ରଖିବେ ଯେ ଏହି ଚକ୍‌‌ଚକ୍‌ ଫଏଲ୍‌ କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ, ବରଂ ଆପଣଙ୍କ ସ୍ୱାସ୍ଥ୍ୟର ରକ୍ଷା ପାଇଁ ଏକ ଜରୁରୀ କବଚ ଅଟେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button