ଗାନ୍ଧିମାର୍ଗରୁୁ ଅକ୍ଷୟ କୁମାରଙ୍କୁ ଉଠାଇନେଲା ପୁଲିସ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୦୩/୧୦: ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଅନଶନରେ ବସିଥିବା ନବ ନିର୍ମାଣ ଯୁବଛାତ୍ର ସଂଗଠନର ମୁଖ୍ୟ ଅକ୍ଷୟ କୁମାରଙ୍କୁ ପୁଲିସ ଶେଷରେ ଗାନ୍ଧିମାର୍ଗରୁ ଉଠାଇ ନେଇଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଶ୍ରୀ କୁମାର ଅନଶନ ଭାଙ୍ଗିଛନ୍ତି । ହେଲେ ତାଙ୍କୁ ଜୋରଜବରଦସ୍ତ ଟେକିନିିଆଯାଇଥିବା ଶ୍ରୀ କୁମାର ଅଭିଯୋଗ କରିଛନ୍ତି । ଗଣତନ୍ତ୍ରରେ ଏହା କଦାପି ଠିକ୍ ନୁହେଁ ବୋଲି ସେ କହିଛନ୍ତି ।
ଶୁକ୍ରବାର ଗାନ୍ଧୀ ଜୟନ୍ତୀ ଅବସରରେ ଶ୍ରୀ କୁମାର ଗାନ୍ଧିମାର୍ଗରେ ଅନଶନରେ ବସିଥିଲେ । ସଂଧ୍ୟାରେ ହଠାତ୍ ପୁଲିସ ଆସି ତାଙ୍କୁ ହସ୍ପିଟାଲକୁ ଯିବା ପାଇଁ କହିଥିଲେ । ମାତ୍ର ସେ ହସ୍ପିଟାଲ ଯିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ଏହାପରେ ପୁଲିସ ଶ୍ରୀ କୁମାରଙ୍କୁ ଟେକିନେଇଥିଲା । ଆଗାମୀ ଦିନରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଜନଶକ୍ତି ମାଧ୍ୟମରେ ହିସାବ ମଗାଯିବ ସହିତ ଆନ୍ଦୋଳନ ତୀବ୍ର ହେବ ବୋଲି ନବନିର୍ମାଣ ଯୁବଛାତ୍ର ସଂଗଠନ ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ କହିଥିଲେ ।
ସୌଜନ୍ୟ ପ୍ରମେୟ




