ରାଜ୍ୟ

ନବରାତ୍ରରେ ହସ୍ତୀ ପିଠିରେ ଧରାଧାମକୁ ଆସିବେ ମା’ ଦୁର୍ଗା, ଶୁଭସଙ୍କେତ, ଧନଧାନ୍ୟରେ ପୂରିବ ପୃଥିବୀ

ପୁରୀ,୦୬/୧୦: ଆଶ୍ୱିନର ଶକ୍ତି ଉପାସନା କ୍ରମରେ ଆରମ୍ଭ ହୋଇଛି ଶାରଦୀୟ ଷୋଡ଼ଶ ଉପଚାର ପୂଜା । ଧରାବତରଣ କରିବେ ମା’ ଯୋଗମାୟା ଆଦିଶକ୍ତି । ଚଳିତ ବର୍ଷ ମା’ଙ୍କର ଆଗମନକୁ ଅତ୍ୟନ୍ତ ଶୁଭ ବୋଲି ବିଚାରକୁ ନେଉଛନ୍ତି ଜ୍ୟୋତିର୍ବିଦ ଓ ବ୍ରାହ୍ମଣ । ପୁରାଣ ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମା’ ଦୁର୍ଗା ଚଳିତ ନବରାତ୍ର ପୂଜାରେ ଗଜ ବାହନ ବା ହସ୍ତୀ ପିଠିରେ ଧରାଧାମକୁ ଆଗମନ କରିବେ । ଯାହା ଅତ୍ୟନ୍ତ ଶୁଭ । ତେଣୁ ଚଳିତ ବର୍ଷ ପୃଥିବୀରେ ଭଲ ବୃଷ୍ଟି ସହ ଫସଲ ଓ ଧନଧାନ୍ୟରେ ପରିପୂର୍ଣ୍ଣ ହେବ ବୋଲି ଆକଳନ କରାଯାଉଛି ।

ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ “ଗଜେ ଚ ଜଳଦା ଦେବୀ ଛତ୍ରଭଙ୍ଗସ୍ତୁରଙ୍ଗମେ…” । ଏହାର ଅର୍ଥ ହେଉଛି, ଯେତେବେଳେ ଜଗତଜନନୀ ମାଆ ଦୁର୍ଗା ହସ୍ତୀ ବା ହାତୀ ଉପରେ ସବାର ହୋଇ ମର୍ତ୍ତ୍ୟଲୋକକୁ ଆସନ୍ତି, ସେତେବେଳେ ସେ ନିଜ ସହିତ ସୁଖ, ସମୃଦ୍ଧି ଓ ଶାନ୍ତି ନେଇ ଆସିଥାନ୍ତି । ଗଜ ବାହନର ଶୁଭ ସଙ୍କେତ ଓ ପ୍ରଭାବରେ ଅପୂର୍ବ ଶସ୍ୟ ସମ୍ପଦ ଆସେ। ମାଆଙ୍କର ଗଜ ଆଗମନ ଦ୍ୱାରା ବସୁଧା ଶସ୍ୟଶ୍ୟାମଳା ହୋଇ ଉଠେ । ଦେଶରେ ଅନ୍ନର ଅଭାବ ରହେ ନାହିଁ । ହସ୍ତୀକୁ ଜଳର ପ୍ରତୀକ ଭାବେ ଧରାଯାଏ । ତେଣୁ ମା’ଙ୍କ ଏହି ବାହନ ପୃଥିବୀରେ ଉପଯୁକ୍ତ ପରିମାଣର ବର୍ଷା କରାଇବାରେ ସହାୟକ ହୁଏ, ଯାହାଦ୍ୱାରା ମରୁଡ଼ି ଭୟ ଦୂର ହେବ ।

ହିନ୍ଦୁ ଶାସ୍ତ୍ର ଏବଂ ପୁରାଣ ଅନୁସାରେ, ମା’ ଦୁର୍ଗାଙ୍କର ସ୍ଥାୟୀ ବାହନ ହେଉଛି ସିଂହ । ମାତ୍ର ପ୍ରତିବର୍ଷ ଶାରଦୀୟ ନବରାତ୍ରୀ ବା ଦୁର୍ଗାପୂଜା ସମୟରେ ମାଆ ଧରାପୃଷ୍ଠକୁ ଆସିବା ଏବଂ ଫେରିବା ପାଇଁ ୪ଟି ମୁଖ୍ୟ ବାହନ ବ୍ୟବହାର କରିଥାନ୍ତି । ପୂଜା କେଉଁ ବାରରୁ ଆରମ୍ଭ ହେଉଛି ଏବଂ କେଉଁ ବାରରେ ଶେଷ ହେଉଛି, ସେହି ଆଧାରରେ ମାଆଙ୍କ ଆଗମନ ଓ ଗମନର ବାହନ ନିର୍ଦ୍ଧାରିତ ହାଇଥାଏ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button