ରାଜ୍ୟ

ନୂଆପଲ୍ଲୀ ଦୁଷ୍କର୍ମ ମାମଲା: ଟିଆଇ ପରେଡ୍‌ରେ ଦୁଷ୍କର୍ମକାରୀକୁ ଚିହ୍ନଟ କଲେ ପୀଡ଼ିତା, ୧୫ ଦିନରେ ଚାର୍ଜସିଟ୍‌ ଦାଖଲ ହେବ

ଭୁବନେଶ୍ୱର,୦୮/୧୦: ନୂଆପଲ୍ଲୀ ଅଞ୍ଚଳରେ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ପୁଲିସ ତ୍ୱରିତ ତଦନ୍ତ ସହ ଚାର୍ଜସିଟ୍ ଦାଖଲକୁ ଗୁରୁତ୍ୱ ଦେଉଛି । ସବୁ ଦିଗକୁ ତନ୍ନତନ୍ନ କରି ଅନୁଧ୍ୟାନ କରାଯାଉଛି । ସାକ୍ଷ୍ୟ ପ୍ରମାଣ ଯୋଗାଡି଼ବାରେ ପୁଲିସ ଦିନରାତି ଏକ କରିଦେଇଛି । ଅଭିଯୁକ୍ତ ଶ୍ରୀଧର ପଣ୍ଡାର ବୁଧବାର ଟିଆଇ ପରେଡ୍ କରାଯାଇଛି । ଆସନ୍ତା ୧୫ ଦିନ ଭିତରେ ହିଁ ମାମଲାର ଚାର୍ଜସିଟ୍ ଦାଖଲ କରାଯିବ ।

ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତ ବିରୋଧରେ ପ୍ରମାଣ ସଂଗ୍ରହରେ ଲାଗିଛନ୍ତି । ପୀଡି଼ତାଙ୍କ ଭଡ଼ା ଘର ଆଖପାଖରୁ ଏକାଧିକ ସିସିକ୍ୟାମେରା ଫୁଟେଜ୍ ଯାଞ୍ଚ ସରିଯାଇଛି । ଘଟଣାଦିନ ଶ୍ରୀଧର ଉକ୍ତ ଘରକୁ କେତେବେଳେ ଯାଇଥିଲା ? କେତେ ସମୟ ପାଇଁ ଘରେ ଉପସ୍ଥିତ ଥିଲା? ସିସି କ୍ୟାମେରା ଫୁଟେଜ୍ରୁ ଏହା ସ୍ପଷ୍ଟ ହୋଇଯିବ । ଚାର୍ଜସିଟ୍ ଦାଖଲ ବେଳେ ସିସି କ୍ୟାମେରା ଫୁଟେଜ୍ ସହ ଅନ୍ୟାନ୍ୟ ଡିଜିଟାଲ ପ୍ରମାଣକୁ ଗୁରୁତ୍ୱ ଦେବ ପୁଲିସ । ଏହାଛଡ଼ା ପୀଡି଼ତା ଓ ଅଭିଯୁକ୍ତର ଡାକ୍ତରୀମାଇନା ରିପୋର୍ଟକୁ ମଧ୍ୟ ତର୍ଜମା ଚାଲିଛି । ପୁଲିସ ଏହାକୁ ଅନ୍ୟତମ ବଳିଷ୍ଠ ପ୍ରମାଣ ଭାବେ ଅଦାଲତରେ ଉପସ୍ଥାପନ କରିବ । ଶ୍ରୀଧରର ପୁରୁଣା ଅପରାଧିକ ରେକର୍ଡକୁ ମଧ୍ୟ ଚାର୍ଜସିଟ୍‌ରେ ଯୋଡ଼ାଯିବ । ଏଯାବତ୍ ତା’ ବିରୋଧରେ ଭୁବନେଶ୍ୱର ୟୁପିଡିରେ ଥିବା ୨ଟି ଚୋରି ମାମଲା ସାମ୍ନାକୁ ଆସିଛି । ଆଗକୁ ଆହୁରି ମାମଲା ବାହାରିପାରେ ବୋଲି ପୁଲିସ ଆଶା ରଖିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button