ରାଜ୍ୟ

ବିଲକୁ ସାର ପକାଇବାକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଗଲେ ଯୁବକ, ତାପରେ…

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବ୍ୟକ୍ତି ଜଣକ ହେଉଛନ୍ତି ଚିନାମାଳିପଶି ଗ୍ରାମର ଜୟରାମ ମହାନ୍ତ । ୨୦ଟିକିଆ ବଣୁଆ ହାତୀ ପଲ ଚିନା ମାଳି ପୋଷି ଜଙ୍ଗଲରେ ଡେରା ପକାଇଥିଲେ ।

ସୂଚନା ଅନୁସାରେ ଜୟରାମ ମହାନ୍ତ ଶୁକ୍ରବାର ପୂର୍ବାହ୍ନରେ ବିଲକୁ ସାର ପକାଇବା ପାଇଁ ଯାଉଥିବା ସମୟରେ ହାତୀପଲଙ୍କ ହାବୁଡରେ ପଡିଥିଲେ । ଫଳରେ ହାତୀ ଆକ୍ରମଣରେ ତାଙ୍କ ଛାତି ପେଟ, ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି । ଘଟଣା ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତି କରିଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ବନ ପାଳ ନିରଞ୍ଜନ ସେଠୀ ପହଞ୍ଚି ଉଚ୍ଚ ଚିକିତ୍ସା ପାଇଁ କେନ୍ଦୁଝର ଧରଣୀଧର ମେଡିକାଲ କଲେଜକୁ ପଠାଇଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button