ରାଜ୍ୟ

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ କରିବା ଘଟଣା ଚର୍ଚ୍ଚା ହେଉଛି। ଏପରି କି ଦିଅର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ନେଇ ମହିଳା ଜଣଙ୍କ ମଞ୍ଚେଶ୍ୱର ଥାନାରେ ଏନେଇ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଅଭିଯୋଗ ଗ୍ରହଣ ନ କରି ଓଲଟା ତାଙ୍କୁ ଦୋଷାରୋପ କରିଥିବା ଅଭିଯୋଗକାରିଣୀ କହିଛନ୍ତି। ଏମିତି ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅଞ୍ଚଳ ରସୁଲଗଡ଼ ଗ୍ରାମରେ। ବାରମ୍ବାର ଅଭିଯୋଗ ପରେବି ମଞ୍ଚେଶ୍ୱର ଥାନା ଏତଲା ନ ରଖିବାରୁ ମହିଳା ଜଣଙ୍କ ଭୁବନେଶ୍ବର ଡିସିପି ସର୍ବଣା ବିବେକ ଏମ୍‌ଙ୍କୁ ଭେଟି ସମସ୍ତ ଘଟଣା ଜଣାଇଥିଲେ। ଡିସିପିଙ୍କ ହସ୍ତକ୍ଷେପ ପରେ ପୋଲିସ ଏହି ଘଟଣାରେ କୋହଳ ଦଫା ଲଗାଇ ଏକ ମାମଲା (ନଂ. ୭୩୯ /୨୦୨୬) ରୁଜୁ କରିଥିବା ସେ କହିଛନ୍ତି। ଅନ୍ୟପଟେ ପୋଲିସ ଜାଣିଶୁଣି ତାଙ୍କ ଦିଅରଙ୍କୁ ଗିରଫ କରୁ ନ ଥିବା ସେ ଅଭିଯୋଗ କରିଛନ୍ତି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button