ଦେଶ ବିଦେଶ

ଭାରତ ଅର୍ଥନୀତିରେ ଆଗେଇଛି, ସ୍ୱଚ୍ଛତାରେ ପଛରେ: ସୁପ୍ରିମ୍‌କୋର୍ଟ

ନଭେମ୍ବର ୧୭ରେ ଦେଇଥିବା ଆଦେଶରେ ଖଣ୍ଡପୀଠ କହିଛନ୍ତି, ଭାରତରେ ଏହି ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ସମ୍ବଳ ରହିଛି । କିନ୍ତୁ ସରକାରୀ କର୍ତ୍ତୃପକ୍ଷଙ୍କ ନିଷ୍ଠାପର ଉଦ୍ୟମ ଓ ନାଗରିକଙ୍କ ସହଯୋଗର ଅଭାବ ଯୋଗୁ ଆଶାନୁରୂପ ଫଳ ମିଳୁନାହିଁ ।

ନୂଆଦିଲ୍ଲୀ : ଆର୍ଥିକ କ୍ଷେତ୍ରରେ ଭାରତ ଏବେ ଏକ ସମୃଦ୍ଧ ଦେଶ ହୋଇଥିଲେ ମଧ୍ୟ ସ୍ୱଚ୍ଛତା କ୍ଷେତ୍ରରେ ଏହାର ପ୍ରଦର୍ଶନ ଖରାପ ରହିଛି । ବର୍ଜ୍ୟ ପରିଚାଳନାରେ ଅବହେଳା ଯୋଗୁ ଅନ୍ୟ କ୍ଷେତ୍ରରେ ହାସଲ ହୋଇଥିବା ଅଭିବୃଦ୍ଧିର ଗୁରୁତ୍ୱ ହ୍ରାସ ପାଉଛି । ଏହା ସମାଜ ଓ ଦେଶର ଭାବମୂର୍ତ୍ତିକୁ ମଧ୍ୟ ପ୍ରଭାବିତ କରୁଛି ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି । ଦେଶରେ କଠିନ ବର୍ଜ୍ୟ ପରିଚାଳନା ନିୟମ (ଏସ୍‌ଡବ୍ଲ୍ୟୁଏମ୍‌)ର କାର୍ଯ୍ୟକାରିତା ସମୀକ୍ଷା କରିବା ସମୟରେ ଜଷ୍ଟିସ୍‌ ଏସ୍‌ଭିଏନ୍‌ ଭଟ୍ଟି ଓ ଜଷ୍ଟିସ୍‌ ଏନ୍‌ଭି ଅଞ୍ଜାରିଆଙ୍କ ଖଣ୍ଡପୀଠ ଏହି ମତ ଦେଇଛନ୍ତି ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button