ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ଛାତ୍ର ଛାତ୍ରୀ

ଚଣ୍ଡିଖୋଲ: ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ଗାଡ଼ି , ଅଳ୍ପକେ ବର୍ତ୍ତିଲେ ଛାତ୍ର ଛାତ୍ରୀ । ସକାଳେ ବଡଚଣା ଶିକ୍ଷା ମଣ୍ଡଳ ଅଧିନସ୍ଥ ଧାନ ମଣ୍ଡଳରେ ଥିବା ଏକ ସ୍କୁଲ ଗାଡ଼ି ୧୫ଜଣ ପିଲାଙ୍କୁ ନେଇ ସ୍କୁଲ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଗାଡ଼ିରେ ଥିବା ୧୫ଜଣ ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ପିଲାଙ୍କୁ ଉଦ୍ଧାର କରି ନିକଟସ୍ଥ ବଡଚଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍କୁଲ ଅଧ୍ୟକ୍ଷ ପଦ୍ମନାଭ ରଥ ଛାତ୍ର ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା କହିଛନ୍ତି। ତେବେ ଛାତ୍ରଛାତ୍ରୀ ଦୁର୍ଘଟଣା ପରେ ଭୟ କରିଯାଇଥିବା ଦେଖିବାକୁ ମିଳିଛି । ଆପଣ ମଧ୍ୟ ଦୁର୍ଘଟଣାର ଭିଡିଓ ଦେଖିଲେ ଭୟ କରିଯିବେ । କାରଣ ଛୋଟ ଛୋଟ ପିଲାମାନଙ୍କୁ ନେଇ ଯାଉଥିବା ଗାଡ଼ିଟି ରାସ୍ତା କଡ଼ରେ ଥିବା ପାଣି ଭିତରେ ପଡ଼ିଥିଲା । ତଥାପି ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଶୀଘ୍ର ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ସୌଜନ୍ୟ ପ୍ରମେୟ




