ମନୋରଞ୍ଜନରାଜ୍ୟ

Ratha yatra 2026 : ସ୍ନାନଯାତ୍ରା ପାଇଁ ଆକ୍ସନରେ ପୁରୀ ପୋଲିସ, ଜଗିବେ ୭୯ ପ୍ଲାଟୁନ୍‌ ଫୋର୍ସ, ନଜର ରଖିବ ୩୦୦ ସିସିଟିଭି

ପୁରୀ ପୋଲିସର ସ୍ନାନଯାତ୍ରା ଆଡଭାଇଜରି, ସ୍ଥାନେ ସ୍ଥାନେ ଜଗିଛି ପୋଲିସ, ପୁରା ନଜର ରଖିଛି ସିସିଟିଭି

ପୁରୀ ୨୭।୦୬ : ପାଖେଇ ଆସୁଛି ସ୍ନାନଯାତ୍ରା । ପୁରା ପ୍ରଶାସନ ଏବେ ଆକ୍ସନମୋଡ଼ରେ । ସ୍ନାନଯାତ୍ରା ପୂର୍ବରୁ ପୁରୀ ଏସ୍ପି ପ୍ରତୀକ ସିଂହ ପ୍ରେସମିଟ୍ କରିଛନ୍ତି । ଏହି ପ୍ରେସମିଟରେ ପୁରୀ ପୋଲିସର ସ୍ନାନଯାତ୍ରା ପ୍ରସ୍ତୁତି ନେଇ ସବିଶେଷ ତଥ୍ୟ ରଖିଛନ୍ତି ।

ପୁରୀ ଏସ୍ପି କହିଛନ୍ତି ଯେ, ନିର୍ଦ୍ଧାରିତ ଟ୍ରାଫିକ୍ ରୁଟ୍ ଅନୁଯାୟୀ ଗାଡ଼ି ପାର୍କିଂ ବ୍ୟବସ୍ଥା । ଭୁବନେଶ୍ୱରରୁ ଯାଉଥିବା ଗାଡ଼ି ପାଇଁ ମାର୍କେଟ ଛକରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ସମୁଦ୍ର କୂଳ ଯିବାକୁ ହେଲେ ଦିଗବାରେଣୀ ନିକଟରେ ଗାଡ଼ି ପାର୍କିଂ କରାଯିବ । ପୁରୀକୁ ଯାଉଥିବା ସମସ୍ତ ବସ୍ ମାଳତୀପାଟପୁରରେ ରହଣୀ ବ୍ୟବସ୍ଥା ହୋଇଛି । ଶରଧାବାଲିରେ ସିଟି ବସ୍ ଓ ତାଳବଣିଆରେ ରହିବ ଟୁରିଷ୍ଟ ବସ୍ । ସିଟି ରୋଡ୍ରେ କୌଣସି ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇନାହିଁ ।

ସେହିପରି ଶ୍ରୀମନ୍ଦିରକୁ ସଂଯୋଗ ରାସ୍ତାରେ ଯାନବାହନ ଚଳାଚଳ ନିଷିଦ୍ଧ ରହିଛି । ସିଂହଦ୍ୱାର ଦେଇ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା । ପୁରା ସିସିଟିଭି ନଜରରେ ରହିବ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ । ଶ୍ରୀମନ୍ଦିର ଭିତରେ ୫୨ ଓ ବାହାରେ ୨୫୦ ସିସିଟିଭି ଲାଗିଛି । ଏହାସହିତ ସହରର ବିଭିନ୍ନ ସମ୍ୱେଦନଶୀଳ ସ୍ଥାନରେ ଲାଗିଛି ୩୦ଟି ସିସିଟିଭି।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button