
ଭୁବନେଶ୍ୱର ୨୭।୦୬ : ଆମ ବସ୍ ପୁଣି ଘଟାଇଲା ଦୁର୍ଘଟଣା । ବାପା-ଝିଅଙ୍କ ଉପରେ ମାଡ଼ିଗଲା ମୋ ବସ୍ । ଭୁବନେଶ୍ୱର ମଞ୍ଚେଶ୍ୱର ରେଳ ଷ୍ଟାଡିୟମ ସମ୍ମୁଖରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା ।
ରାଜଧାନୀରେ ଆମ ବସ୍ର ପୁଣି ଦୁର୍ଘଟଣା । ଭୁବନେଶ୍ୱର ମଞ୍ଚେଶ୍ୱର ରେଳ ଷ୍ଟାଡିୟମ ନିକଟରେ ଦୁର୍ଘଟଣା ଘଟାଇଛି ଆମ ବସ୍ । ରାସ୍ତାରେ ଯାଉଥିବା ବାପା-ଝିଅଙ୍କ ଉପରେ ମାଡିଯାଇଛି ଆମ ବସ୍ । ଯେଉଁଥିରେ ବାପା-ଝିଅ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକଙ୍କ ପକ୍ଷରୁ ପାଟିତୁଣ୍ଡ କରାଯାଇଥିବା ବେଳେ ପୋଲିସ ପହଞ୍ଚି ବୁଝାସୁଝା କରୁଛି । ଏବେବି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । କମିଶନରେଟ ପୋଲିସ ମଧ୍ୟ ଘଟଣାର ଛାନ୍ଭିନ୍ କରୁଛି ।
ସୌଜନ୍ୟ Prameya News7




