ଜିଲ୍ଲା

ସାହସିକତା ଦେଖାଇଲେ ଆର୍‌ପିଏଫ୍‌ ଏଏସ୍‌ଆଇ, ଟ୍ରେନ୍‌ରୁ ଖସି ପଡ଼ୁଥିବା ମହିଳାଙ୍କ ଜୀବନ ବଞ୍ଚାଇଲେ

ଅନୁଗୋଳ ୨୯/୦୯: ଟ୍ରେନ୍‌ରେ ଚଢ଼ିବା ବେଳେ ଭାରସାମ୍ୟ ହରାଇ ଖସି ପଡ଼ୁଥିବା ଜଣେ ମହିଳାଙ୍କ ଜୀବନ ରକ୍ଷା କରି ସାହସିକତା ଦେଖାଇଛନ୍ତି ଆର୍‌ପିଏଫ୍ ଏଏସ୍ଆଇ । ତାଳଚେର ରେଲୱେ ଷ୍ଟେସନ୍‌ରେ ସୋମବାର ସକାଳେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଆର୍‌ପିଏଫ୍ ଏଏସ୍ଆଇ ରାକେଶ ଅମାନ୍ତଙ୍କ ମହିଳାଙ୍କୁ ରକ୍ଷା କରିବା ବେଳର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ବେଳେ ତାଙ୍କୁ ସାଧାରଣରେ ପ୍ରଶଂସା କରାଯାଉଛି ।

ସୂଚନା ମୁତାବକ, ସକାଳ ସାଢ଼େ ୬ଟା । ତାଳଚେର ରେଲୱେ ଷ୍ଟେସନ୍ର ୨ ନଂ ପ୍ଲାଟଫର୍ମରୁ ଦୁର୍ଗ ପୁରୀ ଏକ୍ସପ୍ରେସ୍ ଛାଡ଼ିଥିଲା । ଏହି ସମୟରେ ଜଣେ ମହିଳା ଚଢ଼ିବାକୁ ଉଦ୍ୟମ କରୁଥିବା ବେଳେ ଭାରସାମ୍ୟ ହରାଇ ବସିଥିଲେ । ସେ ଖସି ପଡ଼ୁଥିବା ଦେଖି ପାଖରେ ଥିବା ଆର୍ପିଏଫ୍ ଏଏସ୍ଆଇ ରାକେଶ ଦୌଡ଼ି ଯାଇ ଟ୍ରେନ୍ ଭିତରକୁ ଠେଲି ଦେଇଥିଲେ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button