ଜାତୀୟ

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି। ନଡ୍ଡା କହିଛନ୍ତି ଯେ ଛାତ୍ରମାନଙ୍କ ଦାବିକୁ ନେଇ କୌଣସି ପ୍ରକାରର ରାଜନୀତି କରାଯିବା ଉଚିତ ନୁହେଁ। ଏହା ଏକ ଗମ୍ଭୀର ସମସ୍ୟା ଏବଂ ଏହାର ଗଭୀର ଭାବରେ ଆଲୋଚନା ହେବା ଆବଶ୍ୟକ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପ୍ରାୟ ୧୫୨ଟି ପ୍ରଶ୍ନପତ୍ର ଲିକ ନେଇ ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ଏକ ତଦନ୍ତର ବିଷୟ ଏବଂ ସରକାର ଏହାର ସମସ୍ତ ଜବାବ ଜନସାଧାରଣଙ୍କ ସମ୍ମୁଖରେ ରଖିବେ।

କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ସ୍ପଷ୍ଟ କରିଛନ୍ତି ଯେ ସରକାର ସଂସଦରେ ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। କଂଗ୍ରେସ ଶାସିତ ରାଜ୍ୟମାନଙ୍କରେ ମଧ୍ୟ ପ୍ରଶ୍ନପତ୍ର ଲିକ ହୋଇଛି ବୋଲି ସେ ଦର୍ଶାଇଛନ୍ତି। ରାହୁଲ ଗାନ୍ଧୀ କାହିଁକି ଏତେ ସେଲେକ୍ଟିଭ ହେଉଛନ୍ତି ଏବଂ କାହିଁକି ଏକପାଖିଆ କଥା କହୁଛନ୍ତି ବୋଲି ପ୍ରଶ୍ନ କରି ନଡ୍ଡା ଅଭିଯୋଗ କରିଛନ୍ତି ଯେ ରାହୁଲଙ୍କ ପ୍ରକୃତ ଉଦ୍ଦେଶ୍ୟ ଛାତ୍ରମାନଙ୍କ ହିତ ନୁହେଁ, ବରଂ ସେ ଏହା ମାଧ୍ୟମରେ ନିଜର ରାଜନୈତିକ ରୁଟି ସେକୁଛନ୍ତି। ଛାତ୍ରମାନଙ୍କ ସମସ୍ୟା ପ୍ରତି ମୋଦି ସରକାର ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଆରୋପ-ପ୍ରତ୍ୟାରୋପ ବଦଳରେ ସଦନରେ ଆଲୋଚନା ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ସୋନମ ୱାଙ୍ଗଚୁକଙ୍କ ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଜେ.ପି. ନଡ୍ଡା କହିଛନ୍ତି ଯେ ସୋନମ ୱାଙ୍ଗଚୁକଙ୍କୁ ଭେଟି ତାଙ୍କର ଅନସନ ଭାଙ୍ଗିବା ପାଇଁ ଅନୁରୋଧ କରାଯାଇଛି ଏବଂ ତାଙ୍କ ସହ ଆଲୋଚନା ଅତ୍ୟନ୍ତ ସକାରାତ୍ମକ ରହିଛି। ୱାଙ୍ଗଚୁକ ଆଜି ସରକାରଙ୍କୁ ଏକ ଚିଠି ଲେଖିଛନ୍ତି, ଯାହାର ଉତ୍ତର ଆଗକୁ ଦିଆଯିବ। ଏହାସହ ସି.ଜେ.ପି. (CJP) ସହିତ ମଧ୍ୟ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ଆଲୋଚନା ହୋଇଛି ଏବଂ ସରକାର ସେମାନଙ୍କଠାରୁ ଲିଖିତ ଦାବି ମାଗିଛନ୍ତି, ଯାହାକୁ ନେଇ ଆଗକୁ ବିଚାର କରାଯିବ।

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button