୨୩ରୁ ଅଙ୍ଗନବାଡ଼ି କର୍ମୀଙ୍କ ହୁଙ୍କାର, ୭ ଦଫା ଦାବିରେ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟବନ୍ଦ ଡାକରା

ଭୁବନେଶ୍ୱର,୧୬/୧୧: ୭ଦଫା ଦାବିରେ ଆସନ୍ତା ୨୩ରୁ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ଅଙ୍ଗନବାଡି କର୍ମୀ ଓ ସହାୟିକା । ଏନେଇ ଆଜି ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି ।
ରବିବାର ଭାରତୀୟ ମଜଦୁର ସଂଘର ରାଜ୍ୟ କାର୍ଯ୍ୟାଳୟରେ ଆସୋସିଏସନ୍ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ରାଜ୍ୟର ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାତୃ ଓ ଶିଶୁ ପୋଷଣ, ସ୍ୱାସ୍ଥ୍ୟ, ଶିକ୍ଷା ଓ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ କରୁଛନ୍ତି । ହେଲେ ଏଯାଏ ସେମାନଙ୍କ ଦାବିକୁ ସରକାର ଶୁଣିନାହାନ୍ତି । ବିଭିନ୍ନ ଦାବି ମଧ୍ୟରେ ରହିଛି ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ନିୟମିତ କର୍ମଚାରୀର ମାନ୍ୟତା, ଯେଉଁ ପର୍ଯ୍ୟନ୍ତ ମାନ୍ୟତା ମିଳିନି, ସେ ପର୍ଯ୍ୟନ୍ତ କର୍ମୀଙ୍କୁ ମାସିକ ୩୦ହଜାର ଓ ସହାୟିକାଙ୍କୁ ମାସିକ ୧୫ହଜାର ଟଙ୍କା ଦରମା ଏବଂ କର୍ମୀ, ସହାୟିକାଙ୍କୁ ଗ୍ରାଚୁଇଟି ଆଦି ଦାବି ରହିଥିବା ଆସୋସିଏସନର ସମ୍ପାଦିକା କୁଞ୍ଜଲତା ଦାସ କହିଛନ୍ତି ।
ସୌଜନ୍ୟ ପ୍ରମେୟ




