ରାଜ୍ୟ

Cyclone Alert : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜଳସେଚନ ବିଭାଗର ବଡ଼ ପ୍ରସ୍ତୁତି, ୩ ଡ୍ୟାମ୍‌ରୁ ଜଳ ନିଷ୍କାସନ ଆରମ୍ଭ

ଭୁବନେଶ୍ଵର, ୧୬/୧୧ : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜଳସେଚନ ବିଭାଗର ବଡ଼ ତତ୍ପରତା । ଗଞ୍ଜାମ, ଗଜପତି, କନ୍ଧମାଳରେ ବେଶୀ ବର୍ଷା ନେଇ EICଙ୍କ ସୂଚନା । ୨୧ରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି । ସେଥିପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି । ଆଜିଠାରୁ ବିଭିନ୍ନ ଡ୍ୟାମ୍ ରୁ ଜଳ ନିଷ୍କାସନ ଆରମ୍ଭ ହୋଇଛି । ୧୯ ତାରିଖ ସୁଦ୍ଧା ଜଳସ୍ତର ୬୦ ପ୍ରତିଶତକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଛି ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଏଥିପାଇଁ IMD ଓଡ଼ିଶାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି । ଏଥିପାଇଁ ଜଳସେଚନ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ଏନେଇ EIC ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଦକ୍ଷିଣ ଓଡ଼ିଶାର ଗଞ୍ଜାମର ଋଷିକୂଲ୍ୟାର ୬ଟି ଡ୍ୟାମ ଅଛି, ବହୁଡ଼ାରେ ଦୁଇଟି ଡ୍ୟାମ ଅଛି ଏବଂ ବଂଶଧରାରେ ଦୁଇଟି ଡ୍ୟାମ ଅଛି । ଋଷିକୂଲ୍ୟାର ସୋରଡାରେ ଡ୍ୟାମ ନାହିଁ, ଧାନେଇରେ ଅଟୋମୋଟିକ ଡ୍ୟାମ ଅଛି । ବାକି ବାଘୁଆ, ଭଞ୍ଜନଗର, ଡହ ଓ ଘୋଡ଼ଘଡ଼ରେ ଆଜିଠାରୁ ପାଣି ରିଲିଜ କରିଛୁ । ୬୦ ପ୍ରତିଶତକୁ ଆଣିବାକୁ ମାର୍ଗଦର୍ଶିକା ଜାରିକରିଛୁ । ଆଜି ସକାଳୁ ଅପରେସନ ଆରମ୍ଭ ହୋଇଛି । ଯେହେତୁ ତଳେ ଡ୍ୟାମେଜ୍ ହୋଇଛି, ସେଥିପାଇଁ କଣ୍ଟ୍ରୋଲ କରି ପାଣି ଛାଡ଼ିବୁ । ବଡ଼ ବନ୍ୟାର ଆଶଙ୍କା ନାହିଁ । ପାଖାପାଖି ୯ଶହଟି ଡ୍ୟାମେଜ୍ ଥିଲା । ପାଖାପାଖି ୨ଶହ ମରାମତି ସାରିଛି । କେନାଲରେ ପାଣି ଛଡାଯାଉଛି । ଡାଉନ୍ ଷ୍ଟ୍ରିମ୍ ରେ ଯେମିତି କିଛି ଅସୁବିଧା ନହେବ ତା ଉପରେ ନଜର ରହିଛି ବୋଲି କହିଛନ୍ତି ଜଳ ସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button