ଜାତୀୟବାଣିଜ୍ୟ

୩୦ ଜୁନ୍ ସୁଦ୍ଧା କରିନିଅନ୍ତୁ ଇ-କେୱାଇସି, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବ୍‌ସିଡି-ସିଲିଣ୍ଡର ଡେଲିଭରି!

ନୂଆଦିଲ୍ଲୀ,୧୧ା୬: ଯଦି ଆପଣ ସମୟ ଅନୁସାରେ ଘରକୁ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାହୁଁଛନ୍ତି ଏବଂ ଏହା ଉପରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କର ଗୋଟିଏ ଛୋଟ ଅବହେଳା ଯୋଗୁ ଆପଣଙ୍କ ଘରକୁ ଗ୍ୟାସ୍ ଆସିବା ବନ୍ଦ ହୋଇଯାଇପାରେ ଏବଂ ଆପଣ ସବ୍‌ସିଡି ପାଇବାରୁ ମଧ୍ୟ ବଞ୍ଚିତ ହୋଇପାରନ୍ତି। ତେଣୁ ଯଦି ଆପଣ ଏପର୍ଯ୍ୟନ୍ତ ନିଜର ତଥ୍ୟ ଅପଡେଟ୍ କରିନାହାନ୍ତି, ତେବେ ତୁରନ୍ତ ଇ-କେୱାଇସି (e-KYC) ପ୍ରକ୍ରିୟା ଶେଷ କରନ୍ତୁ।

ଆସନ୍ତା ଜୁଲାଇ ୧ ତାରିଖରୁ ବିନା ଇ-କେୱାଇସିରେ ଏଲପିଜି (LPG) ସିଲିଣ୍ଡର ଉପରେ ସବ୍‌ସିଡି ମିଳିବ ନାହିଁ। ଏହି ନିୟମ ପିଏମ୍ ଉଜ୍ଜ୍ୱଳା ଯୋଜନା (PM Ujjwala Yojana) ସମେତ ଅନ୍ୟ ସମସ୍ତ ସାଧାରଣ ଗ୍ରାହକଙ୍କ ପାଇଁ ଲାଗୁ ହେବ। ତେଣୁ ଯଦି ଆପଣ ବାୟୋମେଟ୍ରିକ୍ କେୱାଇସି କରିନାହାନ୍ତି, ତେବେ ଏହାକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରନ୍ତୁ।

୩୦ ଜୁନ୍ ପୂର୍ବରୁ କରନ୍ତୁ ଭେରିଫିକେସନ୍:-
ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ପିଏମ୍ ଉଜ୍ଜ୍ୱଳା ଯୋଜନା ଏବଂ ଡିବିଟିଏଲ୍ (DBTL) ଯୋଜନାର ଅନ୍ତର୍ଭୁକ୍ତ ସମସ୍ତ ଗ୍ରାହକ, ଯେଉଁମାନେ କନେକ୍ସନ ନେବା ପରେ ଏପର୍ଯ୍ୟନ୍ତ ବାୟୋମେଟ୍ରିକ୍ ଆଧାର ଭେରିଫିକେସନ୍ କରିନାହାନ୍ତି, ସେମାନଙ୍କ ପାଇଁ ଜୁନ୍ ୩୦ ତାରିଖ ସୁଦ୍ଧା ଏହାକୁ ଶେଷ କରିବା ବାଧ୍ୟତାମୂଳକ ଅଟେ। ଯଦି ଗ୍ରାହକ ଏହି ସମୟ ମଧ୍ୟରେ ଇ-କେୱାଇସି ନକରନ୍ତି, ତେବେ ସେମାନଙ୍କ ସବ୍‌ସିଡି ଅଟକାଇ ଦିଆଯିବ କିମ୍ବା ସ୍ଥାୟୀ ଭାବେ ବନ୍ଦ କରିଦିଆଯାଇପାରେ।

ଧ୍ୟାନ ଦିଅନ୍ତୁ ଯେ, ଯଦି କୌଣସି ଗ୍ରାହକ ଜୁନ୍ ୩୦ ପରେ (ଆଗାମୀ ମାସଗୁଡ଼ିକରେ) ଇ-କେୱାଇସି କରନ୍ତି, ତେବେ ସେମାନଙ୍କୁ କେବଳ ଭବିଷ୍ୟତର ବୁକିଂ ଉପରେ ସବ୍‌ସିଡି ମିଳିବ। ଇ-କେୱାଇସି ହୋଇନଥିବା ବାକି ରହିଯାଇଥିବା ଅବଧିର (ପଛୁଆ) କୌଣସି ସବ୍‌ସିଡି ଟଙ୍କା ମିଳିବ ନାହିଁ।

ଇଣ୍ଡେନ୍ ଗ୍ୟାସ୍ (Indane Gas) ଗ୍ରାହକମାନେ ଚାହିଁଲେ ଘରେ ବସି ନିଜ ସ୍ମାର୍ଟଫୋନ୍ ସାହାଯ୍ୟରେ ‘IndianOil One’ ଆପ୍ ମାଧ୍ୟମରେ ଏହି କାମ କରିପାରିବେ। ଏହାଛଡ଼ା ଆପଣ ନିଜର ଏଲପିଜି ବିତରକ (LPG Distributor) ବା ଗ୍ୟାସ୍ ଏଜେନ୍ସିକୁ ଯାଇ ମଧ୍ୟ ମାଗଣାରେ ଏହି କେୱାଇସି ଅପଡେଟ୍ କରାଇପାରିବେ।

ମୋବାଇଲ୍ ଆପ୍‌ରେ କିପରି କରିବେ ଇ-କେୱାଇସି? (ଷ୍ଟେପ୍-ବାଇ-ଷ୍ଟେପ୍)
ଷ୍ଟେପ୍ ୧: ସର୍ବପ୍ରଥମେ ଗୁଗଲ୍ ପ୍ଲେ ଷ୍ଟୋରରୁ ‘IndianOil One’ ଆପ୍ ଡାଉନଲୋଡ୍ କରନ୍ତୁ।

ଷ୍ଟେପ୍ ୨: ଆପ୍ ଓପନ୍ କରି ନିଜ ମୋବାଇଲ୍ ନମ୍ବର ସାହାଯ୍ୟରେ ସାଇନ୍-ଅପ୍ (Sign up) କରନ୍ତୁ।

ଷ୍ଟେପ୍ ୩: ଆପଣଙ୍କ ଗ୍ୟାସ୍ ରସିଦ୍ (Cash Memo) ରେ ଥିବା ୧୬ ଅଙ୍କ ବିଶିଷ୍ଟ LPG ID କୁ ଏଠାରେ ଲିଙ୍କ୍ କରନ୍ତୁ।

ଷ୍ଟେପ୍ ୪: ହୋମ୍ ସ୍କ୍ରିନ୍‌ରେ ଥିବା ‘My Profile’ ଆଇକନ୍ ଉପରେ ଟ୍ୟାପ୍ କରନ୍ତୁ।

ଷ୍ଟେପ୍ ୫: ଏହାପରେ LPG Details କୁ ଯାଇ ‘Indane Details’ ସେକସନ୍‌କୁ ଭିଜିଟ୍ କରନ୍ତୁ।

ଷ୍ଟେପ୍ ୬: ସେଠାରେ ଆପଣଙ୍କୁ ‘E-KYC’ ର ବିକଳ୍ପ ମିଳିଯିବ।

ଷ୍ଟେପ୍ ୭: ସମସ୍ତ ନିୟମ ଓ ସର୍ତ୍ତାବଳୀକୁ ଭଲ ଭାବେ ପଢ଼ି ବକ୍ସରେ ଟିକି ଚିହ୍ନ ଦିଅନ୍ତୁ।

ଷ୍ଟେପ୍ ୮: ଏବେ ‘Face Scan’ ଉପରେ କ୍ଲିକ୍ କରି ନିଜର ବାୟୋମେଟ୍ରିକ୍ (ଫେସ୍ ଭେରିଫିକେସନ୍) ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ।

ଷ୍ଟେପ୍ ୯: ଶେଷରେ ‘Submit’ ବଟନ୍ ଉପରେ କ୍ଲିକ୍ କରି ଇ-କେୱାଇସି ଅନୁରୋଧ ସବମିଟ୍ କରନ୍ତୁ।

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button