ରାଜ୍ୟ

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ ଫେରିଯିବା ପରଠାରୁ ଆଉ ହୋଇ ନ ଥିଲା ଦେଖାସାକ୍ଷାତ। ଅବସର ନେବାର ଢେର ଦିନ ବିତିଯାଇଥିଲେ ବି ସଂସାର ଜଞ୍ଜାଳ ପାଇଁ ବାହାରି କରିପାରି ନ ଥିଲେ ସମୟ। କିନ୍ତୁ ବନ୍ଧୁତାର ସେହି ସୁଦୃଢ଼ ସମ୍ପର୍କ ସେମାନଙ୍କୁ ଦୀର୍ଘ ୫୩ ବର୍ଷ ପରେ ପୁଣି କରିଛି ଏକାଠି। ଚେହେରା ବଦଳି ଯାଇଥିଲେ ମଧ୍ୟ ବନ୍ଧୁତାର ବନ୍ଧକୁ ଦୁର୍ବଳ ହେବାକୁ ଦେଇ ନ ଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୫ ଶିକ୍ଷକ ବନ୍ଧୁ ଗତ ୩ ତାରିଖରେ ତାଳଚେରଠାରେ ପରସ୍ପରକୁ ଦେଖିବା କ୍ଷଣି ହୋଇଯାଇଥିଲେ ଭାବିବିହ୍ବଳ। ଅନୁଗୋଳ ଜିଲା ତାଳଚେର ଥର୍ମାଲସ୍ଥିତ ଅବସରପ୍ରାପ୍ତ ଶିକ୍ଷକ ତଥା ଗବେଷକ ଡ. ମହେଶ୍ୱର ପ୍ରଧାନଙ୍କ ବାସଭବନରେ ଏକାଠି ହୋଇଥିବା ଏହି ୫ ଶିକ୍ଷକ ବନ୍ଧୁ ହେଲେ ଢେଙ୍କାନାଳ ଜିଲା କାମାକ୍ଷାନଗରର ହାଡ଼ିବନ୍ଧୁ ବେହେରା, ଅନୁଗୋଳ ଜିଲା ପାଲଲହଡ଼ାର ପବିତ୍ର ମହୋନ ପ୍ରଧାନ, ଆଠମଲ୍ଲିକର ଦୀନବନ୍ଧୁ ସାହୁ, କଣିହଁାର ଦ୍ବାରିକା ନାଥ ବେହେରା, ଓ ତାଳଚେରର ଡ. ମହେଶ୍ୱର ପ୍ରଧାନ। ସମ୍ପୃକ୍ତ ୫ ବନ୍ଧୁଙ୍କ କହିବା ଅନୁଯାୟୀ, ୧୯୭୩ ମସିହାରେ ଛେଣ୍ଡିପଦା ଶିକ୍ଷକ ତାଲିମ କେନ୍ଦ୍ରଠାରେ ସେମାନେ ତାଲିମ ନେଉଥିବା ବେଳେ ବନ୍ଧୁ ଭାବେ ଏକାଠି ହୋଇଥିଲେ। ଏହାପରଠାରୁ ଚାକିରି ଓ ସାଂସର ଜୀବନରେ ସେମାନେ ବାନ୍ଧି ହୋଇଯାଇଥିଲେ ବି ପରସ୍ପରକୁ ଦେଖାକରିବାକୁ ଇଚ୍ଛୁକ ଥିଲେ। ଏବେ ଆଉ ଚାକିରି ନାହିଁ କି ସାଂସାର ବୋଝ ବୋହିବାକୁ ସେମାନଙ୍କୁ ପଡ଼ୁନାହିଁ। ତେଣୁ ଅବଶିଷ୍ଟ ଜୀବନରୁ ସମୟ ବାହାର କରି ଗତ ୩ ତାରିଖଠାରୁ ୫ ବନ୍ଧୁ ୨ ଦିନ ହେଲା ଏକାଠି ହୋଇଛନ୍ତି। ଶିକ୍ଷକତା ଜୀବନ ଓ ସାଂସାରର ସ୍ମୃତି ପରସ୍ପରକୁ ଜଣାଇବା ପରେ ଏକାଠି ବସି ଖାଇଥିତ୍ଲେ। ଏହାପରେ ମନ୍ଦିର ବୁଲିଥିଲେ। ତାଳଚେରରେ ଏହି ୫ ଶିକ୍ଷାବିତ୍‌ଙ୍କୁ ଏକାଠି ଦେଖି ସ୍ଥାନୀୟ ଲୋକେ ମଧ୍ୟ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ।

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button