ରାଜ୍ୟ

80 Newly Appointed Police SI କେନ୍ଦ୍ରାଞ୍ଚଳର ନବନିଯୁକ୍ତ ସବ୍-ଇନ୍ସପେକ୍ଟରମାନଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ

କଟକରେ କେନ୍ଦ୍ରାଞ୍ଚଳର ୮୦ ନବନିଯୁକ୍ତ ସବ୍-ଇନ୍ସପେକ୍ଟରଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ। ଶୃଙ୍ଖଳା, ସଚ୍ଚୋଟତା ଓ ପେସାଦାରିତା ଉପରେ ଗୁରୁତ୍ୱ ଦିଆଗଲା।

କଟକ:  କେନ୍ଦ୍ରାଞ୍ଚଳ ପୁଲିସ ଅଧୀନସ୍ଥ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ପ୍ରାୟ ୮୦ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟରଙ୍କ ପାଇଁ ଆଜି (ରବିବାର) କଟକସ୍ଥିତ ଆଇପିଏସ୍ ଅଫିସର୍ସ ମେସ୍‌ର ପାଢ଼ୀ ମେମୋରିଆଲ୍ ହଲ୍‌ରେ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଓଡ଼ିଶାର ଡିଜିପି ବିନୟତୋଷ ମିଶ୍ରଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କେନ୍ଦ୍ରାଞ୍ଚଳ ଆଇଜିପି ଡଃ ସତ୍ୟଜିତ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।  ନବନିଯୁକ୍ତ ସବ୍-ଇନ୍ସପେକ୍ଟରମାନଙ୍କୁ ବୃତ୍ତି ଓ କାର୍ଯ୍ୟ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ।
ସେ ନିଜ ବକ୍ତବ୍ୟରେ, ଶୃଙ୍ଖଳା, ବୃତ୍ତିଗତ ସଚ୍ଚୋଟତା, ନାଗରିକମାନଙ୍କ ପ୍ରତି ସମ୍ବେଦନଶୀଳତା ଏବଂ ଆଇନର ଶାସନ ପ୍ରତି ସମ୍ମାନ ଉପରେ ଗୁରୁତ୍ୱ ଦେଇଥିଲେ। ପରିବର୍ତ୍ତିତ ଅପରାଧର ସ୍ୱରୂପ ଓ ପୋଲିସିଂରେ ଆସୁଥିବା ନୂତନ ଆହ୍ୱାନକୁ ଦୃଷ୍ଟିରେ ରଖି ନିଜ ଜ୍ଞାନ ଓ ଦକ୍ଷତାକୁ ନିରନ୍ତର ଭାବେ ବିକଶିତ କରିବା ସହ ନିଷ୍ଠା, ନିରପେକ୍ଷତା ଓ ବୃତ୍ତିଗତ ମନୋଭାବର ସହିତ ଦାୟିତ୍ୱ ତୁଲାଇବାକୁ ସେ ନବନିଯୁକ୍ତ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପୁଲିସର ଅପରାଧିକ ଶାଖାର ଡିଆଇଜି ମାଦକର ସନ୍ଦୀପ ସମ୍ପତ ସମ୍ମାନିତ ଅତିଥି ଏବଂ ବକ୍ତା ଭାବେ ନ୍ୟାସନାଲ୍ କ୍ୟାରିଅର୍ ସର୍ଭିସେସ୍ ଏବଂ ଏନ୍‌ସିଡିଏସର ପୂର୍ବତନ ମୁଖ୍ୟ ଡଃ ରାମ କିଶୋର ଶର୍ମା ଭାବେ ଯୋଗ ଦେଇଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button