ଦେଶ ବିଦେଶ

War Updates: ପାକିସ୍ତାନ, ଭେନେଜୁଏଲା ପରେ ଏବେ ଇରାନ: ଯୁଦ୍ଧରେ ଚୀନ୍ ଅସ୍ତ୍ରଶସ୍ତ୍ର କ୍ରମାଗତ ଫେଲ୍

ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ଠାରୁ ଶସ୍ତା କିନ୍ତୁ ସମାନ ପ୍ରଭାବଶାଳୀ ବିକଳ୍ପ ଭାବରେ ପ୍ରଚାର କରାଯାଉଥିବା ଚୀନ୍ ଅସ୍ତ୍ରଶସ୍ତ୍ର ସାମ୍ପ୍ରତିକ ସଂଘର୍ଷରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ସିନ୍ଦୂର ଅପରେସନ୍ ସମୟରେ ପାକିସ୍ତାନ ଉପରେ ଆକ୍ରମଣ ବେଳେ ଏସବୁ ଅସ୍ତ୍ରଶସ୍ତ୍ରର କ୍ଷମତା ବେଶ୍ ଜଣାପଡ଼ିଥିଲା।

ନୂଆଦିଲ୍ଲୀ: ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ଠାରୁ ଶସ୍ତା କିନ୍ତୁ ସମାନ ପ୍ରଭାବଶାଳୀ ବିକଳ୍ପ ଭାବରେ ପ୍ରଚାର କରାଯାଉଥିବା ଚୀନ୍ ଅସ୍ତ୍ରଶସ୍ତ୍ର ସାମ୍ପ୍ରତିକ ସଂଘର୍ଷରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ସିନ୍ଦୂର ଅପରେସନ୍ ସମୟରେ ପାକିସ୍ତାନ ଉପରେ ଆକ୍ରମଣ ବେଳେ ଏସବୁ ଅସ୍ତ୍ରଶସ୍ତ୍ରର କ୍ଷମତା ବେଶ୍ ଜଣାପଡ଼ିଥିଲା।

ସେହିପରି ଭେନେଜୁଏଲାରେ ନିକୋଲାସ ମାଦୁରୋଙ୍କ ବିରୋଧରେ ଆମେରିକାର ଅଭିଯାନରେ ମଧ୍ୟ ଚୀନ୍ ଅସ୍ତ୍ରଶସ୍ତ୍ର କାମ ଦେଇନଥିଲା। ଏବେ ଇରାନ ଉପରେ ଆମେରିକା-ଇସ୍ରାଏଲର ସାମ୍ପ୍ରତିକ ଆକ୍ରମଣରେ ବେଜିଂର ଅସ୍ତ୍ରଶସ୍ତ୍ର ମଧ୍ୟ ବିଫଳ ହୋଇଛି।

ଏସବୁ ଅସ୍ତ୍ରଶସ୍ତ୍ରକୁ ଯୁଦ୍ଧ-ପରୀକ୍ଷିତ ନବସୃଜନ(ବ୍ୟାଟେଲ୍ ଟେଷ୍ଟେଡ୍ ଇନୋଭସେନ) ଭାବରେ ପ୍ରଚାର କରାଯାଉଥିଲା। କିନ୍ତୁ ସେସବୁରେ ନିମ୍ନମାନର ଇଞ୍ଜିନିୟରିଂ ଏବଂ ଦୁର୍ବଳ ସଫ୍ଟୱେର୍ ଥିବା ଏବେ ପ୍ରକାଶ ପାଇଛି। ଅପରେସନ୍ ସିନ୍ଦୂରରେ ଭାରତର ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ପାକିସ୍ତାନ ଚୀନ୍‌ଠାରୁ କିଣିଥିବା ୱାଇଏଲ୍‌ସି-୮ଇ ଆଣ୍ଟି-ଷ୍ଟିଲ୍ଥ ରାଡାର ତଥା ଏଚ୍‌କ୍ୟୁ-୯ ସିଷ୍ଟମକୁ ନଷ୍ଟ କରିଦେଇଥିଲା। ଆମେରିକାର ଡେଲ୍ଟା ଫୋର୍ସ ବିରୋଧରେ ଭେନେଜୁଏଲା ଚୀନ୍‌ଠାରୂ କିଣିଥିବା ଜେୱାଇ-୨୭ଏ ରାଡାର ଏବଂ ଏଚ୍‌କ୍ୟୁ-୯ ସିଷ୍ଟମ କାର୍ଯ୍ୟକ୍ଷମ ହୋଇନଥିଲା। ଇରାନରେ ଏଫ୍-୩୫ର ଗୁପ୍ତ ଆକ୍ରମଣ ସାମ୍ନାରେ ଚୀନ୍‌ର ଏଚ୍‌କ୍ୟୁ-୯ବି ପ୍ରତିରକ୍ଷା ପ୍ରଣାଳୀ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button