West Bengal SIR : ଏସ୍‌ଆଇଆର୍ ଉପରେ ଉତ୍ତର ଦେବା ଜରୁରୀ: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ନେଇ ପ୍ରଶ୍ନ ଉଠାଇଲେ ଶଶି ଥରୁର

ୱାସିଂଟନ: ଆମେରିକାର କାଲିଫର୍ନିଆରେ ଷ୍ଟାନଫୋର୍ଡ ଇଣ୍ଡିଆ ସମ୍ମିଳନୀରେ ‘ଇଣ୍ଡିଆ, ଦ୍ୟାଟ୍ ଇଜ୍ ଇଣ୍ଡିଆ-ଗ୍ରୋଥ୍,ଗଭର୍ଣ୍ଣେସ୍ ଆଣ୍ଡ ଆଇଡିଣ୍ଟିଟିଟି’ ଶୀର୍ଷକ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁର, ବିଜେପି ନେତା ଅନ୍ନାମଲାଇ ଏବଂ ତେଜସ୍ୱୀ ସୂର୍ଯ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ଦେଶର ଅନେକ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ, ଏସ୍‌ଆଇଆର୍‌, ଲୋକସଭାରେ ଆସନ ସଂଖ୍ୟା ଏବଂ ସଂସଦରେ ଦକ୍ଷିଣ ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱ ଉପରେ ଆଲୋଚନା ହୋଇଥିଲା। ଆଲୋଚନାରେ ଶଶି ଥରୁର ସଦ୍ୟ ସମାପ୍ତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମ୍ପର୍କରେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, ଭୋଟର ତାଲିକାରୁ ବହୁ ସଂଖ୍ୟକ ଭୋଟରଙ୍କ ନାମ ବାଦ୍ ଦେବା ଏବଂ ଆବେଦନ ଯାଞ୍ଚ୍ କରିବାରେ ବିଳମ୍ବ ରାଜ୍ୟର ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିଛି। ପ୍ରାୟ ୯୧ ଲକ୍ଷ ଭୋଟରଙ୍କୁ ଏସ୍‌ଆଇଆର୍‌ରୁ ବାଦ୍ ଦିଆଯାଇଛି। ସେଥିମଧ୍ୟରୁ ୩୪ ଲକ୍ଷ ଭୋଟର ନିଜକୁ ପ୍ରକୃତ ଭୋଟର ବୋଲି ଦାବି କରି ଅପିଲ୍ ଦାଖଲ କରିଛନ୍ତି। ଏସ୍‌ଆଇଆର୍‌ ବିଷୟରେ କିଛି ପ୍ରଶ୍ନ ଅଛି ଯାହାର ଉତ୍ତର ଦେବା ଜରୁରୀ। ପରବର୍ତ୍ତୀ ସମୟରେ ଏହା ପ୍ରକାଶ ପାଇପାରେ ଯେ, ବାକି ବର୍ଷଗୁଡ଼ିକରେ ପ୍ରାୟ ୩୧-୩୨ ଲକ୍ଷ ଲୋକ ପ୍ରକୃତରେ ଯୋଗ୍ୟ ଭୋଟର ଥିଲେ, କିନ୍ତୁ ମାମଲାଟି ଶୁଣାଣି ଚାଲିଥିବା ବେଳେ, ସେମାନେ ଭୋଟ୍ ଦେବାର ସୁଯୋଗ ହରାଇଛନ୍ତି।

 

 

 

ସୌଜନ୍ୟ ସମ୍ବାଦ