Kanas Attempt to Murder Case କଣାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ହାପିକୁ ଜେରା

କଣାସ:  ପୁରୀଜିଲ୍ଲା କଣାସ ଗୋଲା ବଜାରରେ ଯୁବକଙ୍କୁ ମାଛ କଟା ପନିକିରେ ହାତ ଗୋଡକୁ ହାଣି ଛାତିରେ ବୁଲେଟ୍‌ ଚଢ଼ାଇ ହତ୍ୟା କରିବାକୁ ଉଦ୍ୟମ କରିବା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଚାନ୍ଦପଡ଼ା ଗ୍ରାମର ସୁଧାଂଶୁ ମହାପାତ୍ର ଓରଫ ହାପିକୁ କଣାସ ପୁଲିସ ଦୁଇଦିନିଆ ରିମାଣ୍ଡରେ ବୁଧବାର ଦିନ ଆଣିଛି।

ବୁଧବାର, ପ୍ରଥମ ଦିନ କଣାସ ପୁଲିସ ତିନିଘଣ୍ଟା ଜେରା କରାଯାଇଥିଲା। ପରେ ଅପରାଧସ୍ଥଳକୁ ନେଇ ଅପରାଧର ପୁନର୍ରଚନା କରାଯାଇଥିଲା। ଗୁରୁବାର ମଧ୍ୟ ଦିନ ତମାମ ଅଭିଯୁକ୍ତ ହାପୀକୁ ଘନ ଘନ ଜେରା କରିଥିଲେ ପୁରୀ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସଚିନ୍ ପଟେଲ, ତଦନ୍ତକାରି ଅଫିସର ସୁଶାନ୍ତ ସାହୁ, ପିପିଲି ଏସ୍ଡିପିଓ ଦେବାଶିଷ ମିଶ୍ର ଓ କଣାସ ଥାନା ଅଧିକାରୀ ଶୁଭେନ୍ଦୁ ଭୂଷଣ ମହାନ୍ତି । କେବେ ଠାରୁ ବାଲି ଖନନ ଓ ଚାଲାଣ ଆରମ୍ଭ କରିଥିଲା, ଗୁରୁତର ମୃତ୍ୟୁଞ୍ଜୟ ସହ କେବେ ଓ କାହିଁକି ବାଦ ବିବାଦ ଲାଗିଥିଲା । ଘଟଣା ଦିନ କିଭଳି ଭାବେ ଯୋଜନା କରାଯାଇଥିଲା । ଏହି ଘଟଣାରେ ଛଅ ଅଭିଯୁକ୍ତଙ୍କ ପରେ ଆଉ କାହାର ସଂପୃକ୍ତି ରହିଛି ।

ଘଟଣା ସମୟରେ ମୃତ୍ୟୁଞ୍ଜୟଙ୍କ ଶରୀରରେ ବୁଲେଟ ଚଢ଼ାଇଥିବା ଗାଡ଼ି ଓ ସେମାନେ ବାହାରକୁ ଖସିଯିବା ପାଇଁ ବ୍ୟବହାର କରିଥିବା ବୋଲେରୋ ଗାଡ଼ିକୁ ପୁଲିସ ଆଜି ଜବତ କରିଛି । ଅଭିଯୁକ୍ତ ହାପିର ଦୁଇଦିନିଆ ରିମାଣ୍ଡ ଅବିଧି ଆଜି ସାରିଥିବାରୁ ଆସନ୍ତା କାଲି ପୂର୍ବାହ୍‌ଣ ୧୦ ଟାରେ ଜେଲକୁ ପଠାଯିବା ସହ ଦରକାର ପଡିଲେ ପୁନଶ୍ଚ ଆଉଥରେ ରିମାଣ୍ଡରେ ଆସିବ ବୋଲି ତଦନ୍ତକାରି ଅଫିସର କହିଛନ୍ତି ।

 

 

 

ସୌଜନ୍ୟ ସମ୍ବାଦ