Govt: ୩ ଲକ୍ଷ କୋଟିର ଲାଭାଂଶ ଦେଇପାରେ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ଏଥର ରେକର୍ଡ ୩ ଲକ୍ଷ କୋଟି ଟଙ୍କା (୩୧.୨ ବିଲିଅନ ଡଲାର)ର ଲାଭାଂଶ ଦେଇପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କର ବୋର୍ଡ ବୈଠକ ଆସନ୍ତା ଶୁକ୍ରବାର ହେବ। ଏହି ବୈଠକରେ ଲାଭାଂଶ ପ୍ରଦାନକୁ ମଞ୍ଜୁରି ଦିଆଯିବ ବୋଲି ଜଣାଯାଇଛି।

ଇରାନ-ଆମେରିକା ଯୁଦ୍ଧ ପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ବଢ଼ିଯାଇଛି

୨୦୨୪-୨୫ ଆର୍ଥିକବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ୨.୬୮ ଲକ୍ଷ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଥିଲା, ଯାହାକି ୨୦୨୩-୨୪ ଆର୍ଥିକବର୍ଷର ଲାଭାଂଶ ତୁଳନାରେ ୨୭ ପ୍ରତିଶତ ଅଧିକ। ଇରାନ-ଆମେରିକା ଯୁଦ୍ଧ ପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ବଢ଼ିଯାଇଛି। ଏଥିପାଇଁ ଭାରତୀୟ ଅର୍ଥନୀତି ସଂପ୍ରତି ଅନେକ ଚାପରେ ରହିଛି। ଏଭଳି ସ୍ଥିତିରେ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ରେକର୍ଡ ପରିମାଣର ଲାଭାଂଶ ପ୍ରଦାନ କରିବା କିଛିଟା ଆଶ୍ବସ୍ତି ଆଣିବ। ଅର୍ଥନୀତିଜ୍ଞମାନଙ୍କ ଆକଳନ ଅନୁଯାୟୀ ସରକାରଙ୍କୁ ରିଜର୍ଭ ବ୍ୟାଙ୍କର ଲାଭାଂଶ ପ୍ରଦାନ ୨.୭ ଲକ୍ଷ କୋଟିରୁ ୩ ଲକ୍ଷ କୋଟି ଟଙ୍କା ମଧ୍ୟରେ ରହିବ।

 

 

ସୌଜନ୍ୟ ସମ୍ବାଦ