କୋଇଡା: ପ୍ରଥମଥର ପାଇଁ କୋଇଡା ଖଣି ଅଞ୍ଚଳ ପାରଦ ୪୫ଂ ସେଲ୍ସିୟସକୁ ଛୁଇଁଚି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୁଚନାଯାୟୀ ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ମଧ୍ୟରେ ଝାରସୁଗୁଡା ୪୫.୨ ରହିଥିବା ବେଳେ କୋଇଡା ଖଣି ଅଞ୍ଚଳ ରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି ଯାହାକି କୋଇଡା ପାଇଁ ସର୍ବକାଳୀନ ରେକର୍ଡ। ବଣ ଜଙ୍ଗଲ ପାହାଡ ମଧ୍ଯରେ ଅବସ୍ଥାପିତ କୋଇଡା ତାପମାତ୍ରା ଗ୍ରୀଷ୍ମ ଦିନମାନଙ୍କରେ ମଧ୍ୟ ଥଣ୍ଡା ରହିଆସୁଥିଲା ଏମିତିକି ପ୍ରତିବର୍ଷ ଏହି କୋଇଡା ଅଞ୍ଚଳରେ ତୁଷାରପାତ ମଧ୍ୟ ଦେଖିବାକୁ ମିଳିଥାଏ । ଥଣ୍ଡାକୁ ଅନୁଭୁତ କରିବା ପାଇଁ ବହୁ ପର୍ଯ୍ୟଟକ ଟେନସା ପ୍ରକୃତି ନିବାସ ଓ ଅନ୍ୟ ସ୍ଥାନମାନଙ୍କକୁ ଆସିଥାଆନ୍ତି । ସାଇବେରିଆ ଦେଶରେ ନ୍ୟୁମ୍ନତମ ତାମପାତ୍ରା ଯୋଗୁଁ ଜୀବନ ରକ୍ଷା ପାଇଁ ଶୀତ ଋତୁ ମାନଙ୍କରେ ସାଇବେରିଆନ ପକ୍ଷୀ ମାନେ ଭାରତ ଆସିଥାଆନ୍ତି , ସେହିଭଳି ଗ୍ରୀଷ୍ମ ଋତୁ ମାନଙ୍କରେ ଛୁଟି ହେଲେ ଲୋକେ କୋଇଡା ଆସୁଥିଲେ ହେଲେ ବର୍ତ୍ତମାନ ପରିସ୍ଥିତି ଓ ପାଣିପାଗ ଆକସ୍ମିକ ଭାବେ ସମ୍ପୁର୍ଣ୍ଣ ବଦଳି ଯାଇଛି ।
ଖାଁ ଖାଁ ଖଣି ଅଞ୍ଚଳର ରାସ୍ତାଘାଟ, ଦୋକାନ ବଜାର
କୋଇଡା ଅଞ୍ଚଳରେ ଅବସ୍ଥାପିତସଂରକ୍ଷିତ ଜଙ୍ଗଲ କାରୋ (୩୭୪୭.୬୦ – ଏକର), ମେଣ୍ଢା ମାରୁଣି ( , ସାରକୁଣ୍ଡା(୪୬୬୭.୪୦-ଏକର) , କାଠମାଳ(୨୫୦.୦୦-ଏକର) , ଭବାନୀ ପାହାଡ(୯୧୫.୦୦- ଏକର), ରକ୍ସି(୪୩୧୪.୦୮-ଏକର),ରକ୍ସି-୨ୟ (୩୪୯୧.୦୦- ଏକର),ଖଣ୍ଡାଧାର(୨୨୯୨.୦୦- ଏକର), ଖାଜୁରଢ଼ିହି(୫୨୫.୦୦-ଏକର) , ତୋଡା (୩୮୮୫୧.୨୧- ଏକର) ଭଳି ବିସ୍ତୀର୍ଣ୍ଣ ସଂରକ୍ଷିତ ଜଙ୍ଗଲ । ପୂର୍ବପାର୍ବତ୍ୟାଞ୍ଚଳର ଏହି ଭୂଖଣ୍ଡ ୧୫ କୋଟି ବର୍ଷ ପୂର୍ବେ ଧରାପୃଷ୍ଠରେ ସଞ୍ଚରିତ। ହେଲେ ବର୍ତ୍ତମାନ ବିକାଶ ଆଳରେ ରାଜସ୍ୱ ବୃଦ୍ଧି ପାଇଁ ଖଣି ଖନନ ପାଇଁ ନିଲାମ ପ୍ରକ୍ରିୟାରେ ବହୁ ସଂରକ୍ଷିତ ଜଙ୍ଗଲକୁ ବଳି ପକାଇଦେଲେ । ଯାହା ପାଇଁ ଲକ୍ଷ ଲକ୍ଷ ଗଛ ଖଣି ପାଇଁ କାଟି ଖଣି ଖନନ ପ୍ରକ୍ରିୟା ଆରମ୍ଭ ହୋଇଗଲା । ଅନ୍ୟପଟେ ଏଠାରେ ଅବସ୍ଥାପିତ ଏକ ଷ୍ଟିଲ ପ୍ଲାଣ୍ଟ୍ କ୍ଷମତା ବୃଦ୍ଧି ପାଇବାରୁ ଚାଲୁଥିବା ଲୁହା ଭାଟି ପାଇଁ ପାଣିପାଗ ବଦଳିଯାଇଥିବା ଅନୁମାନ କରାଯାଉଛି । କୋଇଡା ଖଣି ଅଞ୍ଚଳ ଏବେ ଜଳୁଛି ଆଉ ଏହାର ପ୍ରଭାବ ସିଧାସଳଖ ଖଣି ଅଞ୍ଚଳରେ ପଡିଛି। ଫଳସ୍ଵରୂପ ଲୋକେ ଘରୁ ବାହାରୁ ପାରୁ ନାହାନ୍ତି, ରାସ୍ତାଘାଟ ଶୁନଶାନ୍ , ଦୋକାନ ବଜାର ଖାଁ ଖାଁ! ସବୁଠାରୁ ବେଶୀ କଷ୍ଟ ଭୋଗୁଛନ୍ତି ଏ ଓ ବି ସିଫ୍ଟ କାର୍ଯ୍ୟରତ ଖଣି ଓ ପ୍ରକଳ୍ପ ଶ୍ରମିକମାନେ ।
ସୌଜନ୍ୟ ସମ୍ବାଦ

