ଜୀବନଚର୍ଯ୍ୟା

Weight loss: ସ୍ତନ କର୍କଟର ପ୍ରତିରୋଧ କରୁଛି ଓଜନ ହ୍ରାସକାରୀ ଔଷଧ!

ଓଜେମ୍ପିକ୍ ଓ ୱେଗୋଭି ଭଳି ଓଜନ ହ୍ରାସକାରୀ ଔଷଧ ଏବେ ସବୁଠାରୁ ଲୋକପ୍ରିୟ ପାଲଟିଛି। ଏହି ଔଷଧ ଓଜନ କମାଇବା ଓ ଟାଇପ୍-୨ ମଧୁମେହ ନିୟନ୍ତ୍ରଣରେ ମଧ୍ୟ ସାହାଯ୍ୟ କରେ। ଏବେ...

ଓଜେମ୍ପିକ୍ ଓ ୱେଗୋଭି ଭଳି ଓଜନ ହ୍ରାସକାରୀ ଔଷଧ ଏବେ ସବୁଠାରୁ ଲୋକପ୍ରିୟ ପାଲଟିଛି। ଏହି ଔଷଧ ଓଜନ କମାଇବା ଓ ଟାଇପ୍-୨ ମଧୁମେହ ନିୟନ୍ତ୍ରଣରେ ମଧ୍ୟ ସାହାଯ୍ୟ କରେ। ଏବେ ଗବେଷକମାନେ ଏହାର ଆଉ ଏକ ସମ୍ଭାବ୍ୟ ଲାଭ ଆବିଷ୍କାର କରିଛନ୍ତି। ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଓଜେମ୍ପିକ୍, ୱେଗୋଭି, ମୌଞ୍ଜାରୋ ଓ ଜେପ୍‌ବାଉଣ୍ଡ୍‌ ପରି ଜିଏସ୍‌ପି-୧ ଔଷଧ ସେବନ କରୁଥିବା ମହିଳାମାନଙ୍କଠାରେ ସ୍ତନ କର୍କଟର ଆଶଙ୍କା ଯଥେଷ୍ଟ କମ୍ ହୋଇପାରେ।

ଯଦିଓ ଅଧ୍ୟୟନ ପ୍ରମାଣିତ କରି ନାହିଁ ଯେ ଏହି ଔଷଧଗୁଡ଼ିକ ସିଧାସଳଖ କର୍କଟକୁ ରୋକିଥାଏ, ତେବେ ଏହା କର୍କଟ ପ୍ରତିରୋଧର ଏକ ଅଂଶ ହୋଇପାରେ। ପେନ୍‌ସିଲ୍‌ଭାନିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନରେ ୪୫ରୁ ୮୦ ବର୍ଷର ୧ ଲକ୍ଷରୁ ଅଧିକ ମହିଳାଙ୍କୁ ସାମିଲ କରାଯାଇଥିଲା। ଫଳାଫଳରୁ ଜଣାପଡ଼ିଥିଲା ଯେ, ଏହି ଔଷଧ ବ୍ୟବହାର କରୁଥିବା ମହିଳାଙ୍କ ମଧ୍ୟରେ ସ୍ତନ କର୍କଟର ଆଶଙ୍କା ପ୍ରାୟ ୩୦ ପ୍ରତିଶତ କମ୍ ରହିଥିଲା।

ଏଭଳି ଔଷଧଗୁଡ଼ିକ ଗ୍ଲୁକାଗନ୍ ଭଳି ପେପ୍ଟାଇଡ୍-୧ ନାମକ ଏକ ପ୍ରାକୃତିକ ହର୍‌ମୋନ୍ ଭଳି, ଯାହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏଗୁଡ଼ିକ ପ୍ରଥମେ ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ବିକଶିତ ହୋଇଥିଲା। ପରେ ଓଜନ ହ୍ରାସ ନେଇ ଲୋକପ୍ରିୟ ହୋଇଗଲା। ଏଭଳି ଔଷଧଗୁଡ଼ିକ ମଧ୍ୟରୁ ଓଜେମ୍ପିକ୍ ଓ ୱେଗୋଭିରେ ସେମାଗ୍ଲୁଟାଇଡ୍ ରହିଥିବା ବେଳେ ମୌଞ୍ଜାରୋ ଓ ଜେପ୍‌ବାଉଣ୍ଡ୍‌ରେ ଟିର୍ଜେପାଟାଇଡ୍ ଥାଏ। ଏହାର ସ୍ତନ କର୍କଟ ପ୍ରତିରୋଧୀ ଗୁଣ ଦିଗରେ ଆହୁରି ଅଧିକ ଗବେଷଣା ଚାଲିଥିବା କୁହାଯାଇଛି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button