ସୋଏବ ଅଖତାରଙ୍କ ଘରେ ଲଶ୍କର-ଏ-ତୋଏବାର ଟପ୍ ଆତଙ୍କବାଦୀ ! ଧରା ପଡିଗଲା ପାକିସ୍ତାନର ଟେରର୍ ଲିଙ୍କ୍
ରିପୋର୍ଟ ଅନୁସାରେ, କିଛି ଦିନ ତଳେ ସୋଏବ ଅଖତାରଙ୍କ ଭାଇ ସାହିଦ ଅଖତାର ପ୍ରାଣ ହରାଇଥିଲେ । ତାଙ୍କୁ ଇସଲାମାବାଦର ଏଚ୍-୮କବରସ୍ତାନରେ କବର ଦିଆଯାଇଥିଲା । ଏଥିରେ ଅନେକ ବ୍ୟକ୍ତି ସାମିଲ ହୋଇଥିଲେ । ଏପରିକି ପାକିସ୍ତାନୀ ମରକଜୀ ମୁସଲିମ୍ ଲିଗର ଅଧ୍ୟକ୍ଷ ଇନାମ-ଉର-ରେହମାନ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଯାହାର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି । ପିଏମଏମଏଲ ନିଜ ସୋସିଆଲ ମିଡିଆରେ ଏହାକୁ ସେୟାର କରିଛି ।

ଲାହୋର,୨୭|୦୬: କମୁନି ପାକିସ୍ତାନର ଆତଙ୍କୀ ପ୍ରୀତି । ବର୍ତ୍ତମାନ ସମୟରେ ସବୁ ବିଶିଷ୍ଟ ପାକିସ୍ତାନୀଙ୍କ ସମ୍ପର୍କୀୟ ହେଉଛନ୍ତି ଆତଙ୍କବାଦୀ । ଏକଥା ଆମେ ନୁହେଁ ବରଂ ଗୋଟିଏ ଫଟୋ କହୁଛି । ଭାରତ ପ୍ରତି ସମବେଦନା ଜଣାଉଥିବା ଏବଂ ଭାରତୀୟ କ୍ରିକେଟରଙ୍କୁ ପ୍ରଶଂସା କରୁଥିବା ପାକ୍ କ୍ରିକେଟର ଘରକୁ ଆତଙ୍କବାଦୀଙ୍କୁ ନିମନ୍ତ୍ରଣ କରିଛନ୍ତି । ପାକ୍ ଦ୍ରୁତ ବୋଲର ସୋଏବ ଅଖତାରଙ୍କଘରକୁଲଶ୍କରର ଟପ୍ ଆତଙ୍କବାଦୀ ଆସିବାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଯାହାର ଫଟୋ ଭାଇରାଲ ହେବାରେ ଲାଗିଛି ।
ରିପୋର୍ଟ ଅନୁସାରେ, କିଛି ଦିନ ତଳେ ସୋଏବ ଅଖତାରଙ୍କ ଭାଇ ସାହିଦ ଅଖତାର ପ୍ରାଣ ହରାଇଥିଲେ । ତାଙ୍କୁ ଇସଲାମାବାଦର ଏଚ୍–୮କବରସ୍ତାନରେ କବର ଦିଆଯାଇଥିଲା । ଏଥିରେ ଅନେକ ବ୍ୟକ୍ତି ସାମିଲ ହୋଇଥିଲେ । ଏପରିକି ପାକିସ୍ତାନୀ ମରକଜୀ ମୁସଲିମ୍ ଲିଗର ଅଧ୍ୟକ୍ଷ ଇନାମ-ଉର-ରେହମାନ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଯାହାର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି । ପିଏମଏମଏଲ ନିଜ ସୋସିଆଲ ମିଡିଆରେ ଏହାକୁ ସେୟାର କରିଛି ।
ଇନାମଙ୍କ ନାଁ ପୂର୍ବରୁ ଚର୍ଚ୍ଚାରେ ରହିଛି । ସେ ଯେଉଁ ଦଳର ଅଧ୍ୟକ୍ଷ ଅଛନ୍ତି ତାହା ହେଉଛି ଲଶ୍କର ଏ ତୋଏବା ସମର୍ଥିତ ରାଜନୈତିକ ପାର୍ଟି । ତାଙ୍କ ମୁଣ୍ଡ ଉପରେ ହାଫିଜ୍ ସୟିଦର ଆଶୀର୍ବାଦ ମଧ୍ୟ ରହିଛି । ଅନେକ ଥର ଇନାମ ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ୍ ସୈଫୁଲ୍ଲହା କସୁରୀଙ୍କୁ ସାକ୍ଷାତ କରିଛନ୍ତି ।
କେବଳ ଇନାମ ନୁହେଁ ସୋଏବଙ୍କ ଘରେ ପାକ୍ ନ୍ୟାଶନାଲ ଆସେମ୍ବଲୀର ସ୍ପିକର ଅୟାଜ ସାଦିକ ସାମିଲ ହୋଇଥିଲେ । ତାଙ୍କର ମଧ୍ୟ ଅନେକ ଟପ୍ ଆତଙ୍କବାଦୀଙ୍କ ସହ ସମ୍ପର୍କ ରହିଛି । ତେବେ ସୋଏବଙ୍କ ଭାଇଙ୍କ ଶେଷ ଦର୍ଶନ ବେଳେ ଅନେକ ଭାରତ ବିରୋଧୀ ତତ୍ତ୍ୱଙ୍କ ସାମିଲ ଏବେ ଚର୍ଚ୍ଚାର ଖୋରାକ ଯୋଗାଉଛି । ଏହାସହ ଅନ୍ତର୍ଜାତୀୟ ସ୍ତରରେ ବ୍ୟାନ୍ ହୋଇଥିବା କିଛି ସଙ୍ଗଠନ ଏବେବି ପାକ୍ ରାଜନୀତି ତଥା ଅନ୍ୟ କ୍ଷେତ୍ରରେ ସକ୍ରିୟ ଥିବା ମଧ୍ୟ ପ୍ରମାଣିତ ହୋଇଛି ।
ସୌଜନ୍ୟ Prameya News7




