MahuaMoitra: ମହୁଆଙ୍କୁ ଅଣ୍ଡାମାଡ଼ ଦାବିକୁ ବିଜେପିର ପ୍ରତ୍ୟାଖ୍ୟାନ
ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ରଙ୍କ ନଦିଆ ଜିଲ୍ଲା ସ୍ଥିତ ପାର୍ଟି ଅଫିସ୍ରେ ଗତକାଲି ଅଣ୍ଡାମାଡ଼ ହୋଇଥିଲା। ମହୁଆ ମଇତ୍ର ଏହି ଘଟଣାର ଭିଡିଓ ମଧ୍ୟ ଏକ୍ସରେ ସେୟାର କରିଥିଲେ।

କୋଲକାତା: ତୃଣମୂଳ କଂଗ୍ରେସସାଂସଦ ମହୁଆ ମଇତ୍ରଙ୍କ ନଦିଆ ଜିଲ୍ଲା ସ୍ଥିତ ପାର୍ଟି ଅଫିସ୍ରେ ଗତକାଲି ଅଣ୍ଡାମାଡ଼ ହୋଇଥିଲା। ମହୁଆ ମଇତ୍ର ଏହି ଘଟଣାର ଭିଡିଓ ମଧ୍ୟ ଏକ୍ସରେ ସେୟାର କରିଥିଲେ। କିନ୍ତୁ ବିଜେପି ମହୁଆଙ୍କର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ବିଜେପି ସଭାପତି ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ତୃଣମୂଳ କଂଗ୍ରେସ ଦଳରେ ଆନ୍ତଃକନ୍ଦଳ ପାଇଁ ଏଭଳି ଘଟଣା ଘଟିଛି। ଭଟ୍ଟାଚାର୍ଯ୍ୟ କହିଛନ୍ତି, ଅଣ୍ଡା ମାଡ଼ ବନ୍ଦ ହେବା ଉଚିତ ଏବଂ ଘରେ ବସିଥିବା ଟିଏମ୍ସି ନେତ୍ରୀ ବାହାରକୁ ଆସି କାମ କରିବା ଉଚିତ। ଭଟ୍ଟାଚାର୍ଯ୍ୟ ଆଜି ଏକ ଏଆଇ ପ୍ଲାଟଫର୍ମର ଉଦ୍ଘାଟନୀ ଉତ୍ସବ ଅବସରରେ ଏହି ଟିପ୍ପଣୀ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ମହୁଆ ମଇତ୍ର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଦାବି କରିଥିଲେ ଯେ କିଛି ବ୍ୟକ୍ତି ତାଙ୍କ ଅଫିସ୍କୁ ଅଣ୍ଡାମାଡ଼ କରିଥିବାବେଳେ ପଶ୍ଚିମବଙ୍ଗ ପୁଲିସ ନିରବଦ୍ରଷ୍ଟା ସାଜିଥିଲା । ମଇତ୍ର କହିଛନ୍ତି ସେ ଡିଜିପି ଏବଂ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଅବଗତ କରାଇବା ସତ୍ତ୍ବେ ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ତାଙ୍କ ଉପରେ ଆକ୍ରମଣ ହୋଇଛି। ତାଙ୍କ ଅଫିସ୍କୁ ଅଣ୍ଡା , ପନିପରିବା ଏବଂ ଅନ୍ୟାନ୍ୟ ସାମଗ୍ରୀ ମାଡ଼ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଇତି ମଧ୍ୟରେ ତୃଣମୂଳ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଅଣ୍ଡାମାଡ଼ ଘଟଣାକୁ ନିନ୍ଦା କରିଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ସେ କହିଛନ୍ତି, ‘ ସାଂସଦ ମହୁଆ ମଇତ୍ରଙ୍କ ଉପରେ ହୋଇଥିବା ଆକ୍ରମଣକୁ ମୁଁ କଡ଼ା ନିନ୍ଦା କରୁଛି। ଉପଯୁକ୍ତ ସୁରକ୍ଷା ସୁନିଶ୍ଚିତ କରାଇବାପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ପଶ୍ଚିମବଙ୍ଗ ପୁଲିସର ଏହି ନିରବତା ଅତି ସାଂଘାତିକ ପ୍ରଶ୍ନ ଉଠାଇଛି ବୋଲି ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ




