ରାଜ୍ୟ

World Elephant Day: ବିଶ୍ୱ ହାତୀ ଦିବସ: ସୁଦୃଢ଼ ହେବ ହାତୀ ସଂରକ୍ଷଣ, ଶିମିଳିପାଳରେ ଲାଗିବ ଆଉ ୫୦୦ କ୍ୟାମେରା

ବିଜ୍ଞାନ ଭିତ୍ତିକ, ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ମାଧ୍ୟମରେ ହାତୀ ସଂରକ୍ଷଣକୁ ଆହୁରି ସୁଦୃଢ଼ କରାଯିବ। ହାତୀ ଆବାସସ୍ଥଳୀର ସୁରକ୍ଷା, ମଣିଷ-ହାତୀ ସଂଘର୍ଷ ହ୍ରାସ, ବିଦ୍ୟୁତ୍ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି, ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥା ଏବଂ ସମୁଦାୟର ଅଧିକ ଅଂଶଗ୍ରହଣକୁ ପ୍ରାଥମିକତା ଦିଆଯାଉଛି।

ଭୁବନେଶ୍ୱର: ବିଜ୍ଞାନ ଭିତ୍ତିକ, ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ମାଧ୍ୟମରେ ହାତୀ ସଂରକ୍ଷଣକୁ ଆହୁରି ସୁଦୃଢ଼ କରାଯିବ। ହାତୀ ଆବାସସ୍ଥଳୀର ସୁରକ୍ଷା, ମଣିଷ-ହାତୀ ସଂଘର୍ଷ ହ୍ରାସ, ବିଦ୍ୟୁତ୍ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି, ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥା ଏବଂ ସମୁଦାୟର ଅଧିକ ଅଂଶଗ୍ରହଣକୁ ପ୍ରାଥମିକତା ଦିଆଯାଉଛି। ହେଲେ ମଣିଷ ଓ ହାତୀଙ୍କ ସୁରକ୍ଷା ତଥା ସ୍ଥାୟୀ ମାନବ-ହାତୀ ସହାବସ୍ଥାନ ସୁନିଶ୍ଚିତ କରିବାକୁ ବିଭିନ୍ନ ସରକାରୀ ବିଭାଗ, ନିର୍ବାଚିତ ପ୍ରତିନିଧି, କର୍ମଚାରୀ ଓ ସ୍ଥାନୀୟ ସମୁଦାୟଙ୍କ ମଧ୍ୟରେ ସମନ୍ବୟର ଆବଶ୍ୟକତା ରହିଛି ବୋଲି ବିଶ୍ବ ହସ୍ତୀ ଦିବସ ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ କହିଛନ୍ତି।

ଶିମିଳିପାଳରେ ଲାଗିବ ଆଉ ୫୦୦ କ୍ୟାମେରା
ହାତୀ କରିଡର ବିଜ୍ଞପ୍ତି ନେଇ ଅନୁଧ୍ୟାନ ଚାଲିଛି
ମଣିଷ ଓ ହାତୀଙ୍କ ସୁରକ୍ଷା ଲୋଡ଼ିଲେ ବିଧାୟକ

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ସେଭ୍‌ ଏଲିଫାଣ୍ଟ୍‌ ଫାଉଣ୍ଡେସନ୍‌ ଟ୍ରଷ୍ଟ(ଏସ୍‌ଇଏଫ୍‌ଟି)ର ମିଳିତ ସହଯୋଗରେ ଆରଏମ୍‌ଏନ୍‌ଏଚ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଲେ ଓଡ଼ିଶାରେ ୩୩% ଅଞ୍ଚଳ ଜଙ୍ଗଲ ରହିଥିଲେ ମଧ୍ୟ ହାତୀଙ୍କ ପାଇଁ ପର୍ଯ୍ୟାପ୍ତ ହେଉ ନାହିଁ। ୧୭୦୦ରୁ ୧୮୦୦ ହାତୀ ରହିବାକୁ ଜଙ୍ଗଲ ରହିଛି। ଆହୁରି ଅଧିକ ୩୦୦ ହାତୀ ରହୁଛନ୍ତି। ‌ତେଣୁ ସେମାନଙ୍କୁ ସୁରକ୍ଷା ଦେବା ସହ ଉଭୟ ମଣିଷ ଓ ହାତୀ କିଭଳି ସହାବସ୍ଥାନ କରିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି। ଗଜସାଥୀ, ଡ୍ରୋନ୍‌, କ୍ୟାମେରା ଟ୍ରାପ୍‌, ହାତୀଙ୍କ ଶରୀରରେ ରେଡିଓକଲାର ଲଗାଯାଇ ସେମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ଶିମିଳିପାଳରେ ୩୦୦ କ୍ୟାମେରା ଲାଗିଛି। ଆଉ ୫୦୦ କ୍ୟାମେରା ଲଗାଇବାକୁ ଯୋଜନା ହୋଇଛି। ସାତକୋଶିଆ, ରାଉରକେଲା ବନଖଣ୍ଡ ଡିଭିଜନ୍‌ରେ ବି କ୍ୟାମେରା ଲାଗିଛି। ୧୪ଟି ହାତୀ କରିଡର୍‌ ଚିହ୍ନଟ ହୋଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ଆମକୁ ବ୍ୟାପକ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଗଜସାଥୀଙ୍କ ପାଇଁ ଦୁର୍ଘଟଣାଜନିତ ମୃତ୍ୟୁ ବୀମା ସୁବିଧା ପ୍ରଦାନ ନିମନ୍ତେ ସମ୍ଭାବ୍ୟ ବିକଳ୍ପ ଉପରେ ରାଜ୍ୟ ସରକାର ବିଚାର କରୁଥିବା ସେ ସୂଚନା ଦେଇଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button