ଦେଶ ବିଦେଶ
Attack: ସୁଖବୀର ସିଂହ ବାଦଲଙ୍କ ଉପରେ ୬୨ ବର୍ଷୀୟ ନିହଙ୍ଗ କାହିଁକି କଲା ଆକ୍ରମଣ?
ଶିରୋମଣି ଅକାଳୀ ଦଳ (ଏସ୍ଏଡି)ର ମୁଖ୍ୟ ତଥା ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ଆଜି ହୋଇଥିବା ଆକ୍ରମଣ ରାଜନୈତିକ ଏବଂ ଧାର୍ମିକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୁରୁବାର ଅପରାହ୍ନ ପ୍ରାୟ ୧:୪୫ ମିନିଟରେ ମହାରାଷ୍ଟ୍ରର...

ନୂଆଦିଲ୍ଲୀ: ଶିରୋମଣି ଅକାଳୀ ଦଳ (ଏସ୍ଏଡି)ର ମୁଖ୍ୟ ତଥା ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ଆଜି ହୋଇଥିବା ଆକ୍ରମଣ ରାଜନୈତିକ ଏବଂ ଧାର୍ମିକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୁରୁବାର ଅପରାହ୍ନ ପ୍ରାୟ ୧:୪୫ ମିନିଟରେ ମହାରାଷ୍ଟ୍ରର ନାନ୍ଦେଡ଼ ସ୍ଥିତ ଗୁରୁଦ୍ୱାର ପରିସରରେ ନିହଙ୍ଗ ବେଶଭୂଷାରେ ଆସିଥିବା ଜଣେ ବ୍ୟକ୍ତି ତାଙ୍କ ଉପରକୁ କୃପାଣରେ ଆକ୍ରମଣ କରିଥିଲା। ସେଠାରେ ସୁରକ୍ଷାକର୍ମୀମାନେ ଆକ୍ରମଣକାରୀକୁ ତୁରନ୍ତ କାବୁ କରିନେଇଥିଲେ। ଏହି ଆକ୍ରମଣରେ ବାଦଲଙ୍କ ହାତରେ ସାମାନ୍ୟ ଆଘାତ ଲାଗିଛି ଏବଂ ତାଙ୍କୁ ଡାକ୍ତରଖାନା ନିଆଯାଇଛି। ତେବେ ଏହି ଆକ୍ରମଣ ପଛର ପ୍ରକୃତ କାରଣ କିମ୍ବା ଆକ୍ରମଣକାରୀର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସୌଜନ୍ୟ ସମ୍ବାଦ




