ରାଜ୍ୟ

Government in the dark: ନିଜ ଅଧିକାରୀଙ୍କ ଉପରେ ବର୍ଷିଲେ: ସରକାରଙ୍କୁ ଅନ୍ଧାରରେ ରଖନ୍ତୁନି, ଖର୍ଚ୍ଚର ସଂପୂର୍ଣ୍ଣ ରିପୋର୍ଟ ଦିଅନ୍ତୁ

‘ରାଜ୍ୟ ସରକାର ରବର ଷ୍ଟାମ୍ପ ନୁହନ୍ତି। ମୁଁ ମଧ୍ୟ ରବର ଷ୍ଟାମ୍ପ ନୁହେଁ। ଅଧିକାରୀମାନେ ସରକାର ଚଳାଉନାହାନ୍ତି, ଆମେ ଚଳାଉଛୁ। ତେଣୁ ସରକାରଙ୍କୁ ଅନ୍ଧାରରେ ରଖନ୍ତୁ ନାହିଁ, ଖର୍ଚ୍ଚର ସଂପୂର୍ଣ୍ଣ ରିପୋର୍ଟ ଦିଅନ୍ତୁ।

ଭୁବନେଶ୍ବର: ‘ରାଜ୍ୟ ସରକାର ରବର ଷ୍ଟାମ୍ପ ନୁହନ୍ତି। ମୁଁ ମଧ୍ୟ ରବର ଷ୍ଟାମ୍ପ ନୁହେଁ। ଅଧିକାରୀମାନେ ସରକାର ଚଳାଉନାହାନ୍ତି, ଆମେ ଚଳାଉଛୁ। ତେଣୁ ସରକାରଙ୍କୁ ଅନ୍ଧାରରେ ରଖନ୍ତୁ ନାହିଁ, ଖର୍ଚ୍ଚର ସଂପୂର୍ଣ୍ଣ ରିପୋର୍ଟ ଦିଅନ୍ତୁ। ଯିଏ ନିୟମ ମାନିବ ନାହିଁ, ସେମାନେ ଘରକୁ ପଳାନ୍ତୁ। ପ୍ରଶିକ୍ଷଣ ପାଇଁ ଚାଷୀମାନେ ରାଜ୍ୟ ତଥା ଦେଶ ବାହାରକୁ ଯାଉଛନ୍ତି। ସେମାନଙ୍କ ତାଲିକା ସରକାରଙ୍କ ନିକଟକୁ ଆସୁଛି, ହେଲେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ଚାଷୀମାନେ କ’ଣ ଶିଖିଲେ ବିଭାଗକୁ ତା’ର ରିପୋର୍ଟ ଆସୁନାହିଁ। ଆସନ୍ତା ୭ ଦିନ ଭିତରେ ଜିଲ୍ଲା ଅଧିକାରୀମାନେ ଏହାର ରିପୋର୍ଟ ଦିଅନ୍ତୁ। ଚାଷୀମାନେ କ’ଣ ଶିଖିଲେ ତାହାର ଭିଡିଓ ମଧ୍ୟ ପ୍ରଦାନ କରନ୍ତୁ।’ ନିଜ ବିଭାଗର ଅଧିକାରୀଙ୍କୁ ଏମିତି କଡ଼ା କଥା ଶୁଣାଇଛନ୍ତି କୃଷି ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ।

ସରକାରଙ୍କୁ ଅନ୍ଧାରରେ ରଖନ୍ତୁନି, ଖର୍ଚ୍ଚର ସଂପୂର୍ଣ୍ଣ ରିପୋର୍ଟ ଦିଅନ୍ତୁ
ବାହାରକୁ ଯାଇଥିବା ଚାଷୀ କ’ଣ ଶିଖିଲେ ୭ ଦିନରେ ରିପୋର୍ଟ ଦିଅ
୫୮ ଶୀତଳଭଣ୍ଡାରରୁ ଗୋଟିଏ ନିର୍ମାଣକୁ ନେଇ ମନ୍ତ୍ରୀ କ୍ଷୁବ୍ଧ

କୃଷି ଭବନରେ ଆଜି ଉଦ୍ୟାନକୃଷି ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ଯୋଗ ଦେଇ ଶ୍ରୀ ସିଂହଦେଓ ଉଦ୍ୟାନକୃଷି ଅଧିକାରୀଙ୍କ ବେପରୁଆ ମନୋଭବ ଓ କାର୍ଯ୍ୟପ୍ରଣାଳୀକୁ ନେଇ ମନଇଚ୍ଛା ବର୍ଷିଥିଲେ। ସେ କହିଥିଲେ, ଜିଲ୍ଲାଗସ୍ତରେ ଯାଉଥିବାବେଳେ କୌଣସି ଅଧିକାରୀ କଣ ଭଲ କାମ କରିଛନ୍ତି, ତାହା ଦେଖିବା ପାଇଁ କେହି କେବେ ଡାକୁ ନାହାନ୍ତି। ଫୁଲତୋଡ଼ା ଆଣିବା ପାଇଁ ମୁଁ ଜିଲ୍ଲାକୁ ଯାଉନାହିଁ, କ୍ଷେତ୍ରସ୍ତରରେ କ’ଣ କାମ ଚାଲିଛି ତାହାକୁ ଦେଖିବାକୁ ଯାଉଛି। ଆପଣଙ୍କ ମନୋରଞ୍ଜନ ପାଇଁ ଆମେ ବିଭାଗରେ ବସାଇ ନାହୁଁ। କୌଣସି ନିର୍ଦ୍ଦେଶକ-ଅଧିକାରୀ ଅଫିସ୍‌ରେ ବସିପାରିବେ ନାହିଁ। ପ୍ରତିମାସରେ ଜିଲ୍ଲା ଗସ୍ତରେ ଯିବେ। ତାଙ୍କର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ମନ୍ତ୍ରୀ ହିଁ ଅନୁମୋଦନ କରିବେ। କୌଣସି ଅଧିକାରୀ ସରକାରଙ୍କୁ ହାଲ୍‌କା ଭାବେ ନିଅନ୍ତୁ ନାହିଁ। ଅଧିକାରୀଙ୍କ ପଦୋନ୍ନତି ସଂପୂର୍ଣ୍ଣ ଭାବେ ସରକାରଙ୍କ ଉପରେ ନିର୍ଭର କରୁଛି, ଏକଥା ଭୁଲିଯିବା ଉଚିତ ନୁହେଁ। ଏଭଳି ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ସେମାନେ ଯେକୌଣସି କୋର୍ଟର ଦ୍ବାରସ୍ଥ ହେବା କଥା ହୁଅନ୍ତୁ। ସରକାର ଧମକକୁ ଡରୁନାହାନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button