ରାଜ୍ୟ

Malaria Crisis: ମାଲକାନଗିରିରେ ମ୍ୟାଲେରିଆ ପୁଣି ଉପରମୁହାଁ , ୬ ମାସରେ ଜିଲ୍ଲାରେ ୪ ହଜାର ଆକ୍ରାନ୍ତ, ଆବାସିକ ସ୍କୁଲରେ ବଢ଼ୁଛି ସଂକ୍ରମଣ

ମାଲକାନଗିରି,୧୪/୦୮: ଜିଲ୍ଲାରେ ପୁଣି ଉପରମୁହାଁ ହେବାରେ ଲାଗିଛି ମ୍ୟାଲେରିଆ । ନିୟନ୍ତ୍ରଣ ପାଇଁ ବ୍ୟାପକ ପଦକ୍ଷେପ ସତ୍ତେ୍ୱ ଚଳିତ ବର୍ଷ ଜୁନ୍ ସୁଦ୍ଧା ଜିଲ୍ଲାରେ ୪ ହଜାର ୨୪୩ ରୋଗୀ ଚିହ୍ନଟ ହୋଇଛନ୍ତି । ମାତ୍ର ୬ ମାସରେ ଏତେସଂଖ୍ୟକ ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି । ଖଇରପୁଟ, ମାଥିଲି ଓ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ସ୍ଥିତି ଉଦ୍ବେଗଜନକ ରହିଛି । ଆବାସିକ ସ୍କୁଲରେ ସଂକ୍ରମଣ ବଢ଼ୁଛି ।

ଜିଲ୍ଲାରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଗତ କିଛିବର୍ଷ ହେଲା କମୁଥିଲା । ୨୦୧୬ରେ ଜିଲ୍ଲାରେ ୪୦ ହଜାର ୪୩୯ ଜଣ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୭ରେ ୨୫ ହଜାର ୧୨ ଜଣ ରୋଗୀ ଚିହ୍ନଟ ହୋଇଥିଲେ । ୨୦୧୮ରେ ୯ ହଜାର ୩୩୩, ୨୦୧୯ରେ ୮ ହଜାର ୬୯୦, ୨୦୨୦ରେ ୭ ହଜାର ୮୪୯, ୨୦୨୧ରେ ୫ ହଜାର ୩୫୮, ୨୦୨୨ରେ ୪ ହଜାର ୮୧୬ ଏବଂ ୨୦୨୩ରେ ୩ ହଜାର ୮୮୮ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିଲେ । ତେବେ ୨୦୨୪ ଓ ୨୦୨୫ରେ ରୋଗୀ ସଂଖ୍ୟା ପୁଣି ଉପରମୁହାଁ ହୋଇଛି । ୨୦୨୫ରେ ଜିଲ୍ଲାରେ ୬,୫୪୪ ରୋଗୀ ଚିହ୍ନଟ ହୋଇଥିଲେ, ୫ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଜିଲ୍ଲାର ଖଇରପୁଟ ଓ ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳରେ ମ୍ୟାଲେରିଆର ପ୍ରକୋପ ଅଧିକ ରହିଛି । ଏବର୍ଷ ଜୁନ୍ ସୁଦ୍ଧା ଚିତ୍ରକୋଣ୍ଡା ବ୍ଲକରେ ୧ ହଜାର ୭୫୨ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଖଇରପୁଟରେ ୫୧୨ ଓ ମାଥିଲିରେ ୬୮୪ ଜଣଙ୍କୁ ଚିହ୍ନଟ କରାଯାଇଛି । ୨୦୨୫ର ତଥ୍ୟ ଅନୁଯାୟୀ ଖଇରପୁଟରେ ୯୬୩, ମାଥିଲିରେ ୧୦୨୧, କାଲିମେଳାରେ ୯୦୯, କୋରୁକୋଣ୍ଡାରେ ୯୧୩ ଏବଂ ଚିତ୍ରକୋଣ୍ଡାରେ ସର୍ବାଧିକ ୧୪୩୩ ରୋଗୀ ଚିହ୍ନଟ ହୋଇଥିଲେ । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଆବାସିକ ସ୍କୁଲଗୁଡ଼ିକରେ ମ୍ୟାଲେରିଆ ସଂକ୍ରମଣ ବଢ଼ିବା।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button