ଦେଶ ବିଦେଶ

NALSAR: ନାଲସାର ପ୍ରଭାବ: ଏନ୍‌ଏଲ୍‌ଏସ୍‌ଆଇୟୁରେ ମଧ୍ୟ ସିଜେଆଇଙ୍କୁ ଅତିଥି କରିବାକୁ ବିରୋଧ

ହାଇଦ୍ରାବାଦର ନାଲସାର ବିଶ୍ବବିଦ୍ୟାଳୟରେ ଚାଲିଥିବା ବିବାଦର ପ୍ରଭାବ ଏବେ ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ୍‌ ଲ’ ସ୍କୁଲ୍‌ ଅଫ୍‌ ଇଣ୍ଡିଆ ୟୁନିଭର୍ସିଟି (ଏନ୍‌ଏଲ୍‌ଏସ୍‌ଆଇୟୁ)ରେ ମଧ୍ୟ ପହଞ୍ଚିଛି।

ବେଙ୍ଗାଲୁରୁ: ହାଇଦ୍ରାବାଦର ନାଲସାର ବିଶ୍ବବିଦ୍ୟାଳୟରେ ଚାଲିଥିବା ବିବାଦର ପ୍ରଭାବ ଏବେ ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ୍‌ ଲ’ ସ୍କୁଲ୍‌ ଅଫ୍‌ ଇଣ୍ଡିଆ ୟୁନିଭର୍ସିଟି (ଏନ୍‌ଏଲ୍‌ଏସ୍‌ଆଇୟୁ)ରେ ମଧ୍ୟ ପହଞ୍ଚିଛି। ଏନ୍‌ଏଲ୍‌ଏସ୍‌ଆଇୟୁର ଛାତ୍ର ଓ ପୁରାତନ ଛାତ୍ରମାନେ ଆଗାମୀ ଦୀକ୍ଷାନ୍ତ ସମାରୋହରେ ସିଜେଆଇ ସୂର୍ଯ୍ୟକାନ୍ତ ଓ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ଅଧ୍ୟକ୍ଷ ମନନ କୁମାର ମିଶ୍ର ଯୋଗ ଦେବାକୁ ବିରୋଧ କରିଛନ୍ତି। ଅଗଷ୍ଟ ୧୫ ତାରିଖରେ ଜାରି ହୋଇଥିବା ସେମାନଙ୍କ ବିବୃତିରେ ନାଲସାର ଛାତ୍ରଙ୍କ ପ୍ରତି ଏକତା ପ୍ରକାଶ କରାଯାଇଛି।

ଏହି ବିବାଦର ମୂଳରେ ଅଛି ହାଇଦ୍ରାବାଦର ନାଲସାର ବିଶ୍ବବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହ। ସେଠାରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କୁ ମୁଖ୍ୟ ଅତିଥି କରାଯିବାକୁ ନେଇ କିଛି ଛାତ୍ର ବିରୋଧ କରିଥିଲେ। ଏହା ପରେ ବିସିଆଇ ନାଲସାରର ୨୦୨୬ ବ୍ୟାଚ୍‌ର ଛାତ୍ରଙ୍କୁ ରାଜ୍ୟ ବାର୍‌ କାଉନ୍‌ସିଲ୍‌ରେ ଓକିଲ ଭାବେ ପଞ୍ଜୀକରଣ ନ କରିବାକୁ ନିର୍ଦ୍ଦେଶ ଦେଇଥିଲା। ତେବେ ଏହି ନିଷ୍ପତ୍ତି ପରେ ବିବାଦ ବଢ଼ିଥିଲା। ଏନ୍‌ଏଲ୍‌ଏସ୍‌ଆଇୟୁର ବିବୃତିରେ ବିସିଆଇର ଏହି ପଦକ୍ଷେପକୁ ନିନ୍ଦା କରାଯାଇଛି। ୨୦୨୬ ବ୍ୟାଚ୍‌ର ୧୬୫ ଜଣ ସ୍ନାତକ ଛାତ୍ର, ୪୦୯ ଜଣ ବର୍ତ୍ତମାନର ଛାତ୍ର ଏବଂ ୧୨୮ ଜଣ ପୁରାତନ ଛାତ୍ର ଏଥିରେ ସ୍ବାକ୍ଷର କରିଛନ୍ତି। ନାଲସାର ଛାତ୍ରଙ୍କ ପ୍ରତି ଏକତା ପ୍ରକାଶ କରିବା ସହ ବିସିଆଇ ପକ୍ଷରୁ ନାଲସାରର ଛାତ୍ର ଓ ଅଧ୍ୟାପକ ସମୁଦାୟଙ୍କୁ ନିଃସର୍ତ୍ତ କ୍ଷମା ମଗାଯାଉ ବୋଲି ସେମାନେ ଦାବି କରିଛନ୍ତି।

ଏହି ଘଟଣାରେ ଅଗଷ୍ଟ ୧୪ରେ ସୁପ୍ରିମ୍‌କୋର୍ଟ ମଧ୍ୟ ବିସିଆଇର ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଥିଲେ। ନାଲସାରର ସମସ୍ତ ୨୦୨୬ ସ୍ନାତକଙ୍କୁ ଏକାଥରେ ଓକିଲ ଭାବେ ପଞ୍ଜୀକରଣରୁ ବଞ୍ଚିତ କରିବା ନିଷ୍ପତ୍ତିକୁ ନେଇ କୋର୍ଟରେ ତୀବ୍ର ଆଲୋଚନା ହୋଇଥିଲା। ପରେ ବିସିଆଇ ଏହି ସାମୂହିକ ପ୍ରତିବନ୍ଧକ ହଟାଇଥିଲା। ଏନ୍‌ଏଲ୍‌ଏସ୍‌ଆଇୟୁର ଛାତ୍ର-ପୁରାତନ ଛାତ୍ରଙ୍କ ବିରୋଧ ଫଳରେ ନାଲସାର ବିବାଦ ଏବେ ଦେଶର ପ୍ରମୁଖ ଆଇନ ବିଶ୍ବବିଦ୍ୟାଳୟଗୁଡ଼ିକ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button