ଦେଶ ବିଦେଶ

Tista: ତିସ୍ତା ନେଇ ଉଚ୍ଚସ୍ତରୀୟ କମିଟି ଗଠନ କଲା ଭାରତ, ଚୀନ୍‌ର ଭୂମିକା ମଧ୍ୟରେ ବଢ଼ିଲା ଗୁରୁତ୍ବ

ପଶ୍ଚିମବଙ୍ଗର ତିସ୍ତା ବ୍ୟାରେଜ୍‌ ପ୍ରକଳ୍ପର ପୁନରୁଦ୍ଧାର ଓ ଭବିଷ୍ୟତ ପରିଚାଳନା ନେଇ ଭାରତ ସରକାର ଏକ ୧୨ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ତିସ୍ତା ବ୍ୟାରେଜ୍‌ ପ୍ରକଳ୍ପର ପୁନରୁଦ୍ଧାର ଓ ଭବିଷ୍ୟତ ପରିଚାଳନା ନେଇ ଭାରତ ସରକାର ଏକ ୧୨ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ତିସ୍ତା ନଦୀ ପରିଚାଳନା ପାଇଁ ବାଂଲାଦେଶର ଯୋଜନାରେ ଚୀନ୍‌ର ସହଯୋଗ ବଢ଼ୁଥିବା ସମୟରେ ଭାରତର ଏହି ପଦକ୍ଷେପ ସାମ୍ନାକୁ ଆସିଛି। ଜୁଲାଇ ୧୦ରେ ଗଠିତ ଏହି କମିଟିର ଅଧ୍ୟକ୍ଷ ହେଉଛନ୍ତି କେନ୍ଦ୍ରୀୟ ଜଳ ଆୟୋଗର ଅଧ୍ୟକ୍ଷ। କମିଟିକୁ ୬ ମାସ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି।

କମିଟି ତିସ୍ତା ବ୍ୟାରେଜ୍‌ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି, ଜଳ ବ୍ୟବହାର, ଭବିଷ୍ୟତର ଜଳ ଚାହିଦା ଓ ନଦୀ ଅବବାହିକାର ପରିଚାଳନା ଉପରେ ଅଧ୍ୟୟନ କରିବ। ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ମଧ୍ୟ ଅନୁଧ୍ୟାନ କରାଯିବ। ଏହାସହ ବ୍ୟାରେଜ୍‌ ଓ ଏହା ସହ ଜଡ଼ିତ ଭିତ୍ତିଭୂମିକୁ କିପରି ଅଧିକ ସୁଦୃଢ଼ କରାଯାଇପାରିବ, ସେନେଇ ପ୍ରସ୍ତାବ ଦେବ କମିଟି। ସିକିମ୍‌ ଓ ପଶ୍ଚିମବଙ୍ଗର ଯୁଗ୍ମ ସଚିବ ପାହ୍ୟାର ଅଧିକାରୀମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି।

ତିସ୍ତା ନଦୀକୁ ନେଇ ଭାରତର ପଦକ୍ଷେପର ସମୟ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଜୁନ୍‌ରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ୍‌ ରହମାନ୍‌ଙ୍କ ଚୀନ୍‌ ଗସ୍ତ ସମୟରେ ବେଜିଂ ତିସ୍ତା ନଦୀର ପରିଚାଳନା ଓ ପୁନରୁଦ୍ଧାର ଯୋଜନାରେ ଢାକାକୁ ବୈଷୟିକ ସହଯୋଗ ଦେବାକୁ ରାଜି ହୋଇଥିଲା। ବାଂଲାଦେଶ ତିସ୍ତା ପ୍ରକଳ୍ପରେ ଚୀନ୍‌ର ସହଯୋଗ ଚାହୁଛି। ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ବନ୍ୟା ନିୟନ୍ତ୍ରଣ, ଜଳସେଚନ, ନଦୀରେ ନୌଚଳାଚଳ ଓ ଶୁଖିଲା ଋତୁରେ ଜଳ ଉପଲବ୍ଧତା ବଢ଼ାଇବା। ତେବେ ଚୀନ୍‌ କହିଛି ଯେ ବାଂଲାଦେଶ ସହ ତାହାର ନଦୀ ସହଯୋଗ କୌଣସି ତୃତୀୟ ଦେଶ ବିରୋଧରେ ନୁହେଁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button